କେନ୍ଦୁଝର :18//1,(ଉତ୍କଳ ସମାଚାର)ଜିନ୍ଦଲ ଷ୍ଟିଲ ପକ୍ଷରୁ ଚଳିତ ୧ ତାରିଖରୁ ଆରମ୍ଭ ହୋଇଥିବା ତମାଖୁମୁକ୍ତ ସଚେତନତା ପକ୍ଷ ଉଦଯାପିତ ହୋଇଯାଇଛି। ଜିନ୍ଦଲ ଷ୍ଟିଲର କାଶିଆ ଓ ରୋଇଡ଼ା ମାଇନ୍ସ ପାରିପାର୍ଶ୍ୱିକ ଅଞ୍ଚଳକୁ ତମାଖୁମୁକ୍ତ କରିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଜିନ୍ଦଲ ଷ୍ଟିଲ- ବିକେଟିଆର କ୍ଲଷ୍ଟର ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତ ଅଞ୍ଚଳରେ ନିୟମିତ ପରିଭ୍ରମଣ କରିସଚେତନତା ବାର୍ତା ବାଣ୍ଟୁ ଥିଲା। ସିଏସଆର, ଏଚଆର ଓ ଆଡମିନ ବିଭାଗର ତତ୍ତ୍ୱାବଧାନରେ ଆୟୋଜିତ ଏହି ପକ୍ଷରେ ପାରିପାର୍ଶ୍ୱିକ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଚେତନତା ପକ୍ଷର ଉଦଯାପନୀ ଦିବସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କ୍ଲଷ୍ଟର ହେଡ୍ ଶ୍ରୀ ପାତ୍ର ଏଥିରେ ଯୋଗ ଦେଇ ତମାଖୁ ସେବନର ଭୟାବହତା ସମ୍ପର୍କରେ କହିଥିଲେ। ତମାଖୁ ଜୀବନ ନେବା ସହ ପରିବାର ଉଜାଡୁଛି, ତେଣୁ ଏହାକୁ ବର୍ଜନ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ତମାଖୁ ନୁହେଁ; ଜୀବନ ବାଛିବାକୁ ସେ ସମସ୍ତଙ୍କୁ ବୁଝାଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀଙ୍କ ସମେତ ଶତାଧିକ କର୍ମଚାରୀ ଯୋଗଦେଇଥିଲେ।

