ରାଉରକେଲା:18//1,(ଉତ୍କଳ ସମାଚାର) ଛେଣ୍ଡ କଳିଙ୍ଗବିହାର ନିବାସୀ ସମାଜସେବୀ ହୃଦାନନ୍ଦ ପରିଡ଼ା ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ପରିଡ଼ା ଆରଏସପି ରେ ଯୋଗଦେଇ ସେଠାରେ କୋଅପରେଟିଭ ସଂସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ଏହାସହ ସେ ସେକ୍ଟର ୯ ଦୁର୍ଗା ପୂଜା କମିଟିରେ ଦୀର୍ଘ ବର୍ଷ ଧରି କର୍ତ୍ତା ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ। ଜଣେ ଧର୍ମପରାୟଣ ଓ ମେଳାପୀ ବ୍ୟକ୍ତି ଭାବେ ସେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସହ ସେକ୍ଟର ୯ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତାମାନେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

