ରାଉରକେଲା ୧୯/୧,(ଉତ୍କଳ ସମାଚାର) ଓଡିଶା ସେଲସ୍ ରିପ୍ରେଜେଣ୍ଟେଟିଭ ୟୁନିୟନ ରାଉରକେଲା ୟୁନିଟ୍ ତରଫରୁ ୨୦୨୫ ବର୍ଷର ୨୧ତମ ବାର୍ଷିକ ସମ୍ମିଳନୀ ସେକ୍ଟର-୧୬ ସ୍ଥିତ ସିଆଇଟିୟୁ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ସିଆଇଟିୟୁର ରାଜ୍ୟ ସମ୍ପାଦକ ବିମାନ ମାଇତି ଏବଂ ରାଉରକେଲା ସହରର ସୁନାମଧନ୍ୟ ଡାକ୍ତର ସୁଧୀର ରଞ୍ଜନ ସାମଲ ଯୋଗଦେଇଥିଲେ। ଏହି ସମ୍ମିଳନୀକୁ ଓଡିଶା ସେଲସ୍ ରିପ୍ରେଜେଣ୍ଟେଟିଭ ୟୁନିୟନର ରାଜ୍ୟ ସମ୍ପାଦକ ସୁଶାନ୍ତ ପଟ୍ଟନାୟକ ଏବଂ ରାଜ୍ଯ କମିଟି ସଦସ୍ୟ ମିଥିଳେଶ ପାଣ୍ଡେ ପରିଚାଳନା କରିଥିଲେ। ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ଯଶୋବନ୍ତ ବେହେରା ଏବଂ ଜିଲ୍ଲା କୋଷାଧ୍ୟକ୍ଷ ଲଳିତ କୁମାର ସ୍ବାଇଁ ୟୁନିୟନର ବାର୍ଷିକ ରିପୋର୍ଟ ଉପସ୍ଥାପନା କରିଥିଲେ। ସମ୍ମିଳନୀରେ ସେଲସ୍ ରିପ୍ରେଜେଣ୍ଟେଟିଭମାନଙ୍କ ସମସ୍ଯା ଲେବର କୋର୍ଡ, ସରକାରଙ୍କ ଶ୍ରମିକ ମାରଣ ନିତି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଦିନର କାର୍ଯ୍ଯପନ୍ଥା ଏବଂ ସର୍ବ ସହମତିରେ ୨୦୨୬ ପାଇଁ ଜିଲ୍ଲା କମିଟିର ଗଠନ କରାଯାଇଥିଲା।୨୬ ପାଇଁ ନୂଆ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ଭାବେ ଜୟମିତ ଆଜମିରା, ଉପସଭାପତି ଭାବେ ନିହାର ରଞ୍ଜନ ସାମନ୍ତରାୟ, ସମ୍ପାଦକ ଭାବରେ ଯଶୋବନ୍ତ ବେହେରା, କୋଷାଧ୍ୟକ୍ଷ ଭାବେ ଲଳିତ କୁମାର ସ୍ବାଇଁ, ଜିଲ୍ଲା ସଭ୍ଯ ଭାବରେ ମନୋରଞ୍ଜନ ମହାନ୍ତି, ସଞ୍ଜୟ ବିଶୋଇ, ଅମିତ ଦାସ, ଜଗବନ୍ଧୁ ବାରିକ, ସନ୍ତୋଷ କୁମାର ନାୟକ, ପି କେ ପୃଷ୍ଟି, ରାମେଶ୍ଵର ଦେବତା, କୃଷ୍ଣ ଚନ୍ଦ୍ର ଛୋଟରାୟ, ଯୋଗେଶ୍ଵର ସିଂହ ପ୍ରମୁଖଙ୍କୁ ଚୟନ କରାଯାଇଥିଲା।

