ନବରଙ୍ଗପୁର:20//1,(ଉତ୍କଳ ସମାଚାର)ପାପଡ଼ା ହାଣ୍ଡି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ତରଫରୁ ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ରେ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଓ ଛାତ୍ରୀ ଆସିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ବିଷୋୟୀ, ଏ ବି ଇ ଓ ବାଳକ ଦାସ ଗାନ୍ଧାରୀ, ସିଆରସିସି ବାବୁଲାଲ ସାଗର, ମନୋଜ ମାଝୀ ,ଧରଣୀ କମର୍ଲା ଯୋଗଦାନ କରିଥିଲେ।ପ୍ରଧାନ ଶିକ୍ଷୟତ୍ରୀ ଦିଦି ସସ୍ଟେନେବଲ୍ ଜୀବନଶୈଳୀର ଅର୍ଥ ହେଲା—ପ୍ରକୃତି ସହ ସମନ୍ୱୟ ରଖି ଜୀବନ ଯାପନ। ପ୍ଲାଷ୍ଟିକ ବ୍ୟବହାର କମାଇବା, ପାଣି ଓ ବିଦ୍ୟୁତ ସଞ୍ଚୟ, ଗଛରୋପଣ, ସ୍ଥାନୀୟ ଓ ପରିବେଶ-ମିତ୍ର ଉତ୍ପାଦ ବ୍ୟବହାର—ଏହି ସବୁ ଛୋଟ ପଦକ୍ଷେପ ଦ୍ୱାରା ଏକ ବଡ଼ ପରିବର୍ତ୍ତନ ସମ୍ଭବ।ଆଜି ଶିକ୍ଷାନୁଷ୍ଠାନ, ପରିବାର ଓ ସମାଜ—ସମସ୍ତଙ୍କ ଦାୟିତ୍ୱ ହେଉଛି ଆଗାମୀ ପିଢିକୁ ପରିବେଶ ସଚେତନ ଭାବେ ଗଢ଼ିତୋଳିବା ମତ ଦେଇଥିଲେ ।ସିଆରସି ବାବୁଲାଲ ସାଗର ଶିଶୁମାନଙ୍କ ମନରେ ପ୍ରକୃତି ପ୍ରତି ସମ୍ମାନ ଓ ସୁରକ୍ଷାର ଭାବନା ଜଗାଇଲେ, ସସ୍ଟେନେବଲ୍ ଭବିଷ୍ୟତ ନିଶ୍ଚିତ ହୋଇପାରିବ।ସେହିପରି, ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ପରିବେଶ ଦୂଷଣ ଓ ପ୍ରାକୃତିକ ସମ୍ପଦର ଅନିୟନ୍ତ୍ରିତ ଉପଭୋଗ ମାନବ ସଭ୍ୟତା ପାଇଁ ଗଭୀର ଚିନ୍ତାର ବିଷୟ ହୋଇଉଠିଛି। ଏପରି ପରିସ୍ଥିତିରେ ସସ୍ଟେନେବଲ୍ ଲାଇଫ୍ଷ୍ଟାଇଲ୍ କେବଳ ଏକ ଧାରଣା ନୁହେଁ, ବରଂ ସମୟର ଆହ୍ୱାନ।ଆସନ୍ତୁ—ଆମ ଦୈନିକ ଆଚରଣରେ ସଚେତନତା ଆଣି, ସସ୍ଟେନେବଲ୍ ଲାଇଫ୍ଷ୍ଟାଇଲ୍କୁ ଆମ ଜୀବନର ଅଭିନ୍ନ ଅଂଶ କରିବା। କାରଣ, ପୃଥିବୀ ଆମର ଉତ୍ତରାଧିକାର ନୁହେଁ—ଏହା ଆଗାମୀ ପିଢି ପାଇଁ ଆମର ଦାୟିତ୍ୱ ବୋଲି ବାର୍ତ୍ତା ଦେଇଥିଲେ।ଏଵିଇଓ ରନ୍ଧାରୀ ସାର ପରିବେଶ ବାବଦରେ ଆଲୋଚନା କରିଥିଲେ। ଆଦର୍ଶ ବିଦ୍ୟାଳୟ, ଲାଲ୍ ବାହାଦୂର ବିଦ୍ୟାଳୟ, ଟିକରା ପାଲା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରିନୁ ମିର୍ଗାନ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଜି ର ଦିବସରେ ସି.ଆର.ସି.ସି. ବାବୁଲାଲ ଶପଥ ପାଠ ଓ ମଞ୍ଚ ପରିଚାଳନା କରିଥିଲେ। ସମସ୍ତ ସି ଆର ସି ସି ଯୋଗଦାନ କରିଥିଲେ। ଶେଷରେ ମନୋଜ ମାଝୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା କରିଥିଲେ।

