ପାପଡାହାଣ୍ଡି,20//1,(ଉତ୍କଳ ସମାଚାର) ପାପଡାହାଣ୍ଡି ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟର ୧୯୯୨ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାପଡାହାଣ୍ଡି ମୃଗ ବିହାର ନିକଟରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଶିକ୍ଷକ ଶ୍ରୀ ପଞ୍ଚୁ ପରିଡା, ଶ୍ରୀ ଦୁର୍ଗାଚରଣ ଦାଶ , ଶ୍ରୀ ଅଜୟ ବାଇ, ଶ୍ରୀ ଇବ୍ରାହିମ ଖାନ, ଶ୍ରୀ ବ୍ରହ୍ମନନ୍ଦ କାନାରା ,ସୁଦାମ ମହାରଣାଙ୍କ ପତ୍ନୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଶ୍ରୀ ଇଶ୍ୱର ପଟ୍ଟନାୟକ, ଶ୍ରୀ ନରସିଂହ ପାଢ଼ୀ, ଶ୍ରୀ ବାଞ୍ଛାନିଧି ନନ୍ଦ, ପ୍ରାଥମିକ ବିଦ୍ୟାଳୟର ଶ୍ରୀ ନାରାୟଣ ଗୁରୁ, ଶ୍ରୀମତୀ ମାଧବୀ ପରିଛା ମଞ୍ଚାସିନ ହୋଇଥିଲେ | ପ୍ରଥମେ ସେମାନଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା |ପରେ ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଏମ. ଡି. ସାବୁଦିନ, ସୁଦାମ ମହାରଣା, ପୂର୍ବତନ ସ୍ବର୍ଗତ ଛାତ୍ର ଛାତ୍ରୀ , ଦୁଇ ଜଣ ପୂର୍ବତନ ପିଅନଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ | ଏହି ଅବସରରେ ମଞ୍ଚାସିନ ଅତିଥି ମାନେ ବିଦ୍ୟାଳୟର ଅନୁଭୂତି ସହ ପୂର୍ବତନ ଛାତ୍ରଛାତ୍ରୀ ଭଲ ସ୍ଥିତିରେ ରହିଥିବା ସହ ଭବିଷ୍ୟତ କାମନା କରିଥିଲେ | ଛାତ୍ରଛାତ୍ରୀ ମାନେ ନିଜ ନିଜ ଅନୁଭୂତି ମଧ୍ୟ୍ୟ କହିଥିଲେ | ୧୯୯୨ ମସିହାର ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ ରହୁଥିଲେ ମଧ୍ୟ ପୂର୍ବତନ ଛାତ୍ରଛାତ୍ରୀ ନିଜନିଜ ପରିବାର ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |ପୂର୍ବତନ ଶିକ୍ଷକ ଓ ଶିକ୍ଷକ ପରିବାର କୁ ସମ୍ବର୍ଦ୍ଧନା କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ୧୯୯୨ ମସିହାର ସମସ୍ତ ଛାତ୍ର ଛାତ୍ରୀ ଓ ସେମାନଙ୍କ ପରିବାର ବର୍ଗ ନାଚ ଗୀତ କରି ମଜା ମଜଲିସ କରିଥିଲେ |

