ରାଉରକେଲା ତା:20//1,(ଉତ୍କଳ ସମାଚାର)୧୯୮୨ ମସିହା ଜାନୁଆରୀ ୧୯ ତାରିଖ ଦେଶରେ ପ୍ରଥମ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଂଗଠିତ ହୋଇଥିଲା। ସେହି ଧର୍ମଘଟ ପାଳନ ସମୟରେ ପୋଲିସ ଗୁଳିରେ ୧୨ ଜଣ ଶ୍ରମିକ,କୃଷକ ଓ କ୍ଷେତ ମଜଦୁର ପ୍ରାଣ ହରାଇଥିଲେ। ଏହି ଦିବସକୁ ପ୍ରତିବର୍ଷ ଶ୍ରମିକ -କୃଷକ ଏକତା ବା ସଂହତି ଦିବସ ଭାବେ ସି ଆଇ ଟି ୟୁ,କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପାଳନ କରାଯାଉଥିଲା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ମହାନଗର ନିଗମ ଅଫିସ ସମ୍ମୁଖରୁ ଶ୍ରମିକ -କୃଷକ- କ୍ଷେତ ମଜଦୁର ମାନଙ୍କ ଏକ ପଟୁଆର ବାହାରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି କହିଥିଲେ ଯେ ସର୍ବଦା ଶାସକ ଶ୍ରେଣୀ ଦେଶର ପୁଞ୍ଜିପତି ଓ କର୍ପୋରେଟ ସଂସ୍ଥା ମାନଙ୍କ ସ୍ଵାର୍ଥ ରକ୍ଷା କରିବା କୁ ଯାଇ ଦେଶର ଶ୍ରମିକ,କୃଷକ ମାନଙ୍କ ଉପରେ ଆକ୍ରମଣ କରି ଚାଲିଛନ୍ତି। ଆଜି ର ସରକାର ମଧ୍ୟ ଦେଶର ଶ୍ରମିକ ଓ କୃଷକ ମାନଙ୍କ ବିରୋଧରେ ଆକ୍ରମଣ କୁ ପୂର୍ବ ସମସ୍ତ ସରକାର ଙ୍କ ଅପେକ୍ଷା ତୀବ୍ର କରିଛନ୍ତି। ଶ୍ରମିକ ମାନଙ୍କ ସମସ୍ତ ଶ୍ରମ ଆଇନ ଗୁଡ଼ିକୁ ରଦ୍ଦ କରି କୋର୍ଡ ଲାଗୁ କରିଛନ୍ତି ଯାହା ଫଳରେ ଶ୍ରମିକ ମାନଙ୍କୁ ମାଲିକ ମାନଙ୍କ ପାଖରେ ଗୋଲାମୀ ମଧ୍ୟକୁ ଠେଲି ଦେଇଛି। ଏହି ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଗାମୀ ଫେବୃଆରୀ ୧୨ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳ ର ଡାକରା ଦେଇଛନ୍ତି ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ର କର୍ମଚାରୀ ଫେଡେରେସନ। ଏହାକୁ ସଫଳ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷକ ସଭା ରାଜ୍ୟ ଉପ ସଭାପତି ସୁରେନ୍ଦ୍ର ଦାଶ,ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ,ଶ୍ରୀମନ୍ତ ବେହେରା,ବି ପି ମହାପାତ୍ର,ହୃଦୟାନନ୍ଦ ଯାଦବ,ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, ଶକୁନ୍ତଳା ମହାକୁଡ଼, ଅଜିତ ଏକ୍କା, ଉପେନ୍ଦ୍ର ତ୍ରିପାଠୀ, ବୁଧନୀ ମୁଣ୍ଡାରୀ,ଶାନ୍ତି ମିଞ୍ଜ, ଉପେନ୍ଦ୍ର ତ୍ରିପାଠୀ,ଅରୁଣ ଦାସ,ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ,ବିନୟ ବେହୁରିଆ, ଅରୁଣ ମହାରଣା,ବିଜୟ ସ୍ବାଇଁ,ସମ୍ବିତ ସ୍ବାଇଁ, ମନୋଜ ପଟ୍ଟନାୟକ, ମିହିର ପାତ୍ର, ଅନିରୁଦ୍ଧ ଜେନା,ବଛିରାମ ବେହେରା ସମେତ ବହୁ ନେତୃତ୍ବ ସାମିଲ ହୋଇଥିଲେ।

