ରାଉରକେଲା:21//1,(ଉତ୍କଳ ସମାଚାର) ସେକ୍ଟର ୧୯ ଥାନା ପକ୍ଷରୁ ଆମ ପୁଲିସ ସମିତି ବୈଠକ ଆମ୍ବାଗାନ ସ୍ଥିତ ଗଜପତି ମାର୍କେଟ ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାର୍କେଟ ସଭାପତି ଚିତ୍ତରଞ୍ଜନ ରାଉତ,ଏସଆଇ ରାଜେଶ ବେହେରା, ଏଏସଆଇ ସୁରେନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ବ୍ୟବସାୟୀ ଓ ଜନସାଧାରଣଙ୍କୁ ଆଇନ ସମ୍ପର୍କରେ ସଚେତନ କରାଇଥିଲେ। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କେଉଁଟା ଧର୍ତ୍ତବ୍ୟ ଓ ଅଧର୍ତ୍ତବ୍ୟ ଅପରାଧ, ଅପରାଧ କାହାକୁ କୁହାଯାଏ,୩ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ନିୟମ, ଯୈ।ତୁକ ଦେବା ଓ ନେବା କିପରି ଅପରାଧ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ସାହାଯ୍ୟ ପହଞ୍ଚାଇବା ଲୋକଙ୍କୁ ଅଢ଼େଇ ହଜାର ଟଙ୍କା, ଗୁରୁତର ଆହତ ଙ୍କୁ ଘଣ୍ଟାଏ ଭିତରେ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ,୧୮ ବର୍ଷ ତଳକୁ ପିଲାଙ୍କୁ ଗାଡି ଦେଇ ବା ଦୁର୍ଘଟଣା ଘଟାଇଲେ ଅଭିଭାବକଙ୍କୁ ୨୫ ହଜାର ଜରିମାନା, ନାବାଳିକା ଙ୍କୁ ବିବାହ ରେ ଜେଲଦଣ୍ଡ,୧୨ ବର୍ଷରୁ କମ ଝିଅଙ୍କୁ ବଳତ୍କାର କଲେ ଫାଶୀ ଦଣ୍ଡ ସହ ଘରୋଇ ହିଂସା ର ମହିଳାଙ୍କ ସୁରକ୍ଷା,ଦୃତ ଗତିରେ ଗାଡି ନଚଳାଇବା, ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ଆଲୋଚନା ସହ ସଚେତନ କରାଇଥିଲେ। ସେହିପରି ଏସଆଇ ଶ୍ରୀ ବେହେରା ସାଇବର କ୍ରାଇମ ର ନିରକରଣ, ମୋବାଇଲ ର ଅପବ୍ୟବହାର ସମ୍ପର୍କରେ ସଚେତନ କରାଇଥିଲେ। ପ୍ରାରମ୍ଭରେ ଗଜପତି ମାର୍କେଟ ସଭାପତି ଶ୍ରୀ ରାଉତ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ମନୋରଞ୍ଜନ ପରିଡା, କୃଷ୍ଣଚନ୍ଦ୍ର ମିଶ୍ର, ପ୍ରସନ୍ନ ସାହାଣୀ, ଆରିଫ ସିଦ୍ଦିକି, ସୁନୀଲ ଜେନା, ଆମ ପୁଲିସର ସନ୍ତୋଷ ସ୍ବାଇଁ, ସୁବାସ କୁମାର ଗୁପ୍ତା, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ।

