ପାପଡାହାଣ୍ଡି -23:1:26-(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସହର ମଧ୍ୟ ଦେଇ ଯାଇଥିବା ଦୁଇ ଲାଇନ ବିଶିଷ୍ଟ 26 ନଂ ଜାତୀୟ ରାଜପଥ ବର୍ତମାନ ଚାରି ଲାଇନ ବିଶିଷ୍ଟ ପାଇଁ ହେବା ଖବର ଶୁଣି ଆଜି ଗ୍ରାମବାସି ମିଳିତ ହୋଇ ପାପଡାହାଣ୍ଡି ପାଇଁ ଏକ ବାଇପାସ ରାସ୍ତା କରିବାକୁ ଏବଂସେହି ବାଇପାସ ରାସ୍ତା କୁ ଚାରି ଲାଇନ କରିବାକୁ ଏବଂ ନୂତନ ଭାବେ ଆରମ୍ଭ ହେବାକୁ ଥିବା ଜୁନାଗଡ଼ ଠାରୁ ଜୟପୁର ରେଳପଥ ର ଷ୍ଟେସନ ପାପଡାହାଣ୍ଡି ଠାରୁ 8 କିଲୋମିଟର ଦୂରରେ ନ କରି ପାପଡାହାଣ୍ଡି ନିକଟ ଦଳେଇଗୁଡ଼ା ରେ ଥିବା 50 ଏକର ରୁ ଉର୍ଦ୍ଧ ସରକାରୀ ସ୍ଥାନ ରେ କରିବା,ପାପଡାହାଣ୍ଡି ରେ ଏକ ପୋଷ୍ଟମୋଟମ ଗୃହ ସ୍ଥାପନ କରିବା, ପାପଡାହାଣ୍ଡି ପାଇଁ ଏକ ସବ ବାହକ ଗାଡି ପ୍ରଦାନ କରିବାକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି , ଯଦି ଚାରିଲାଇନ ରାସ୍ତା ପାପଡାହାଣ୍ଡି ସହର ମଧ୍ୟ ଦେଇ ଯାଏ ତେବେ ପାପଡାହାଣ୍ଡିର 200 ରୁ ଉର୍ଦ୍ଧ ବ୍ୟବସାୟ ପ୍ରତିଷ୍ଠାନ ଏବଂ ବାସଗୃହ, ତିନୋଟି ମନ୍ଦିର ସମ୍ପୂର୍ଣ ଭାବେ କ୍ଷତିଗ୍ରସ୍ତ ହେବ, ଲୋକଙ୍କୁ ରହିବାକୁ ଆଉ ଜାଗା ରହିବ ନାହଁ, ଏଣୁ ଆଜି ପୂର୍ବତନ ସରପଞ୍ଚ ବି. ଜଗନମୋହନ ରାଓଙ୍କ ନେତୃତ୍ୱ ରେ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା,ପୂର୍ବତନ ଅଧ୍ୟକ୍ଷ ଲିଙ୍ଗରାଜ ଭତରା, ପୂର୍ବତନ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ଶିବପ୍ରସାଦ ଅଗ୍ରୱାଲ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ,ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ଅଜୟ ବିଶୋଇ,କିସାନ ଅଗ୍ରୱାଲ, ତିରୁ ପଟ୍ଟନାୟକ, ଲାଲମହମ୍ମଦ ଖାନ, ବିଭୁତି ପଣ୍ଡା,ହରି ପାଣିଗ୍ରାହୀ,ଜଗନ୍ନାଥ ବିଶୋଇ, ଗୁଡ଼ୁ ଗୁପ୍ତା,ବିଜୟ ବିଶୋଇ, ଲିଙ୍ଗରାଜ ପାଣିଗ୍ରାହୀ,ମହେଶ୍ୱର ହୋତା, ମହେନ୍ଦ୍ର ବିଶୋଇ,ସୁବ୍ରତ ଜେନା, ରିଙ୍କୁ ସିଂ, ରିଣ୍ଟୁ ନାୟକ, ଲୁକା ଭତରା,ଭି . ଶ୍ରୀନିବାସ ରାଓ, ତନୟ ଜେନା, ଏନ.ଜେନାର୍ଧନ ରାଓ, ସୀତାକାନ୍ତ ବିଶୋଇ,ବବଲୁ ଖାନ,ସୁରେଶ ରାଓ, ଟିମି ଘଣ୍ଟ, ପରି ବିଶୋଇ,ସୀମାଦ୍ରୀ ରାଓ,ଶୁଭମ୍ ପ୍ରଧାନ, ଚାନ୍ଦୁ ନାୟକ, ଶିବୁ ଜୈନ, ତ୍ରିନାଥ ଅମନାତ୍ୟ, ଶଙ୍କରଲାଲ ଅଗ୍ରୱାଲଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ l

