ରାଉରକେଲା ତା ୨୩/୦୧/୨୦୨୬:(ଉତ୍କଳ ସମାଚାର)ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ଓ ରଘୁନାଥପାଲୀ ଆଂଚଳିକ ସାଂଗଠନିକ କମିଟି ପକ୍ଷରୁ ପୃଥକ୍ ପୃଥକ୍ ଭାବେ ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଦେଶ ଭକ୍ତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ଓ ଶକ୍ତି ନଗର ଠାରେ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ସଭା ଅନୁଷ୍ଠିତ ହୋଇଯାଇଛି ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବସନ୍ତ ନାୟକ,ବି ପି ମହାପାତ୍ର, ବିଶ୍ଵଜିତ ମାଝୀ, ଅଜୟ ଶର୍ମା, ଚନ୍ଦ୍ରଭାନୁ ଦାସ ଭାଗିରଥି ଟୁଡୁ, ପ୍ରଭାତ ମହାନ୍ତି, ବସନ୍ତ ପାଢ଼ୀ,ରତ୍ନାକର ନାୟକ, ଯଜ୍ଞେଶ୍ଵର ସାହୁ, କୁଳମଣି ରାଉତ, ପ୍ରମୋଦ ପରିଡ଼ା, ଜନ୍ମେଜୟ ଘୋଷ, ଦିବାକର ରାଓ ପ୍ରମୁଖ ବକ୍ତବ୍ୟ ରଖି ଭାରତର ସ୍ଵାଧୀନତା ଆନ୍ଦୋଳନରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଅବଦାନ ସର୍ବଦା ସ୍ବର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ। ଅନୁରୁପ ଭାବରେ ସି ପି ଆଇ ଏମ୍ ରଘୁନାଥ ପାଲି ଆଂଚଳିକ ସାଂଗଠନିକ କମିଟି ପକ୍ଷରୁ କମିଟିର ଆବାହକ ହୃଦୟାନନ୍ଦ ଯାଦବ,ଅରୁ ଦାସ, ବିନୟ ବେହୁରିଆ, ଅଶୋକ ଦାସ, ଉପେନ୍ଦ୍ର ତ୍ରିପାଠୀ ଙ୍କ ସାରନଗରୀ ଅଂଚଳର ଅନେକ ବୁଦ୍ଧିଜୀବୀ ସାରନଗରୀ ଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଜନ୍ମଜୟନ୍ତୀ ରେ ନେତାଜୀଙ୍କ ସ୍ମୃତି ଚାରଣ କରିଥିଲେ।

