ରାଉରକେଲା ୨୫/୧,(ଉତ୍କଳ ସମାଚାର) ଉଦିତନଗର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ମନ୍ଦିର ପରିଚଳନା ସମିତି ଆନୁକୁଲ୍ୟରେ ମାଘ ସପ୍ତମୀ ଉପଲକ୍ଷେ ୫୦ ତମ ବାର୍ଷିକ ଅଷ୍ଟମପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଅଷ୍ଟମପ୍ରହରୀ ନାମଯଜ୍ଞ ପାଇଁ ଭକ୍ତମାନଙ୍କ ସାହାଯ୍ୟ ବ୍ୟତିରେକ ଅନ୍ନ ପ୍ରସାଦ ପାଇଁ ବହୁ ବଦାନ୍ୟ ଭକ୍ତ ଓ ଶୁଭେଛୁ, ଡାଲି, ଚାଉଳ, ଘିଅ ଓ ପନିପରିବା ଦ୍ରବ୍ୟ ଆଦି ଦାନ କରିଛନ୍ତି । ବିଗତ ୪୯ ବର୍ଷର ପରମ୍ପରା ସହିତ ଏହି ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଥିବାରୁ ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସମିତି ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଚଳିତ ବର୍ଷ ଏହି ମହାନ ଦେବ କର୍ମରେ ସାମିଲ ହୋଇ ନାମଯଜ୍ଞରେ ଶ୍ରୀ ହରିଙ୍କ ନାମ କୀର୍ତ୍ତନ କରିଛନ୍ତି। ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ମନ୍ଦିର ପରିଚଳନା ସମିତି ପକ୍ଷରୁ ସମସ୍ତ ଭକ୍ତଙ୍କୁ ବାବାମଣୀ ସମସ୍ତଙ୍କ ମଙ୍ଗଳ କରନ୍ତୁ ବୋଲି ଆଶିର୍ବାଦ ପ୍ରଦାନ କରାଯାଇଛି। ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ପରିଚାଳନା ସମିତିର ଉପଦେଷ୍ଟା ମଣ୍ଡଳୀର ପ୍ରକାଶ ଚନ୍ଦ୍ର ଦାସ, ଶରତ ଚନ୍ଦ୍ର ପଲାଇ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରଞ୍ଜନ ନାଏକ, ବୈଲୋଚନ ବେଜ୍, ଦିଲିପ ଭାରତଙ୍କ ସମେତ ପରିଚାଳନା ସମିତିର ସଭାପତି ନବ କିଶୋର ପାଣି, ଯୁଗ୍ମ-ସମ୍ପାଦକ ମନ୍ଦରଧର ମାଝୀ, ଉପ-ସଭାପତି ଏସ୍.ଏସ୍ ପଣ୍ଡା, ଉପଦେଷ୍ଟା ମଞ୍ଜିତ ସିଂ, ସାଧାରଣ ସମ୍ପାଦକ ମନୁ ଦାସ, ଉପଦେଷ୍ଟା ଭଗବାନ ଦାସ, କୋଷାଧ୍ୟକ୍ଷ ସରୋଜ କୁମାର ମହାନ୍ତି, କାର୍ଯ୍ୟକାରୀ ସଭ୍ୟ ଜୟ ସେନାପତି, ଶ୍ରୀକାନ୍ତ ଜେନା, ସନ୍ତୋଷ କୁମାର ପରିଡ଼ା, ଟୁନା ପଣ୍ଡା, ପ୍ରଭାକର ପ୍ରଧାନ, ଶିବ ଲୋହାର, ଅଜୟ ପ୍ରଧାନ, ରଞ୍ଜିତ ବେଜ୍, ଜଗନ୍ନାଥ ମାହାଲି, କାବୁଲି ସାହୁ, ଜିତୁ ସାହୁ, କେଦାର ବେହେରା, ଚିତ୍ତରଞ୍ଜନ ପଣ୍ଡା, ରାଜୀବ୍ ବେଜ୍, ସୁବାସ ସିଂହ, ଭାଗବତ ସାହୁ, ସନ୍ତୋଷ ପଣ୍ଡା, ସୁରେନ୍ଦ୍ର ସିଂହ, ପୁରନ ରାଉତ, ନରେନ୍ଦ୍ର ବେହେରା, ସୁବ୍ରତ ତରାଇ, ଗୁରୁଚରଣ ନାୟକ, ନୀଳମଣି ଦଳାଇ, ଜ୍ଞାନ ପାଣି, ପ୍ରୀତମ ମାହାନ୍ତ, ନିବାସ ନାୟକ, ସିଲୁ ସାହୁ, ଅଜିତ୍ ବେହେରା, କାମାକ୍ଷୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

