ରାଉରକେଲା:25//1,(ଉତ୍କଳ ସମାଚାର) ଛେଣ୍ଡ ସ୍ଥିତ କଳିଙ୍ଗ ବିହାର ଠାରେ ଥିବା ଉମାଶଙ୍କର ପୀଠ ଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୧ ତାରିଖ ଦିନ କଳସ ଯାତ୍ରା,୨୨ ତାରିଖ ଦିନ ଗୁରୁପୂଜା, ସୂର୍ଯ୍ୟପୂଜା, ଅଗ୍ନି ସଂସ୍କାର,ଚକ୍ରଧ୍ବଜା ରୋପଣ,୨୩ ତାରିଖ ଦିନ ଯଜ୍ଞ, ପୂର୍ଣ୍ଣାହୁତି ତଥା ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଏହା ସହ ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ଖଗେଶ୍ବର ପାଣିଗ୍ରାହୀ,ବିମଳ ପ୍ରସନ୍ନ ପଣ୍ଡା, ପଞ୍ଚାନନ କର ଓ କର୍ତ୍ତା ଭାବେ ରାମନାରାୟଣ ଦାଶ ମହାପାତ୍ର ତଥା ନଳିନୀ ଦାଶ ମହାପାତ୍ର ଦାୟିତ୍ଵ ନିର୍ବାହ କରିଥିଲେ। ପରିଚାଳନା କମିଟିର ସର୍ବଶ୍ରୀ ଛେଣ୍ଡ ଥାନାର ଏସଆଇ ମହେନ୍ଦ୍ର କୁମାର ସାହୁ, ଶଙ୍କର ପ୍ରସାଦ ତ୍ରିପାଠୀ,କୀର୍ତ୍ତନ ସାମଲ, ସରୋଜ ଦାସ, ନରହରି ନାୟକ, ରବିନାରାୟଣ ସିଂ, ପ୍ରଦୀପ କୁମାର ରଥ, ଶ୍ରୀନିବାସ ଦାସ, ଅଶୋକ ଲେଙ୍କା, ମନବୋଧ ମିଶ୍ର, ପ୍ରଦୀପ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

