ରାଉରକେଲା:25//1,(ଉତ୍କଳ ସମାଚାର) ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ସଂଗୀତ ଶିଳ୍ପା ସମାଜର ୩୩ତମ ବାର୍ଷିକୋତ୍ସବ ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ଇସ୍ପାତ କାରଖାନା ର ପ୍ରୋଜେକ୍ଟ ନିର୍ବାହୀ ନିର୍ଦ୍ଦେଶକ ସୁଦୀପ ପାଲ ଚୈ।ଧୁରୀ, ରାଉରକେଲା ଇସ୍ପାତ କାରଖାନାର ଆଭ୍ୟନ୍ତରୀଣ ସମୀକ୍ଷା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଡ ଗିରିଜା ଶଙ୍କର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂଗୀତ କ୍ଷେତ୍ରରେ ଏହି ଅନୁଷ୍ଠାନ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ମତ ରଖିଥିଲେ। ଅନୁଷ୍ଠାନର ସଭାପତି ଶରତ ଧଳଙ୍କ ସଭାପତିତ୍ବ, କାର୍ଯ୍ୟକାରୀ ସଭାପତି ରଶ୍ମିରଞ୍ଜନ ଦାସ ଙ୍କ ଆବାହକତ୍ଵ ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମଙ୍ଗଳ ଙ୍କ ସଂଯୋଜନାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଚଳିତ ବର୍ଷ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ରୁ ଆସିଥିବା ପ୍ରଥିତଯଶା ଓଡିଶୀ ସଂଗୀତଜ୍ଞ ଗୁରୁ କୃଷ୍ଣଚନ୍ଦ୍ର ରାୟ ଓ ବିଶିଷ୍ଟ ଗୁରୁ ତଥା ବଂଶୀବାଦକ ଗୁରୁ ନରେନ୍ଦ୍ର କୁମାର ନାୟକ ଙ୍କୁ ବାଗଦେବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ସଂଗୀତ ଶିଳ୍ପୀ ସମାଜ ତରଫରୁ ଆୟୋଜିତ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଭୀମସେନ କଳା କେନ୍ଦ୍ର ର ଗୁରୁ ଜଗନ୍ନାଥ ଦାସ, ଶ୍ରୀ ସିଦ୍ଧି ଏକାଡେମୀ ର ଗୁରୁ ସ୍ମିତା ପାଣି, ସ୍ବରବ୍ରହ୍ମ ର ଗୁରୁ ନରସିଂହ ପାଣିଗ୍ରାହୀ,ଭଞ୍ଜ କଳା କେନ୍ଦ୍ର ର ଗୁରୁ ବୀଣାପାଣି ରଥ, କବିଚନ୍ଦ୍ର କଳା କେନ୍ଦ୍ର ର ଗୁରୁ ଅମର ନାୟକ, କୋମଳ ଗାନ୍ଧାର ର ଗୁରୁ ନରେନ୍ଦ୍ର ନାୟକ,ସପ୍ତସ୍ବର କଳା ନିକେତନ ର ଗୁରୁ ସୁଶାନ୍ତ ସାହୁ,ସ୍ବର ମଞ୍ଜରୀ ର ଗୁରୁ ଗୈ।ରାଙ୍ଗ ମଲ୍ଲିକ, ଶ୍ରୀ ସିଦ୍ଧି ଏକାଡେମୀ ର ଗୁରୁ ପ୍ରଫୁଲ୍ଲ ମଙ୍ଗଳ ଓ ସାଥିମାନେ ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଂଗୀତ ପ୍ରେମୀ ଯୋଗଦେଇ ଏହି ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା।

