କେନ୍ଦୁଝର :27//1,(ଉତ୍କଳ ସମାଚାର)ଚଳିତ ବର୍ଷ କେନ୍ଦୁଝର ଜିଲ୍ଲା ର ରଜତ କୁମାର ତ୍ରିପାଠୀ ଙ୍କୁ “ସୋର୍ଡ ଅଫ ଅନର “ଆୱାର୍ଡ ପ୍ରଦାନ କରାଯାଇଛି. ଚଳିତ ବର୍ଷ ସାଧାରଣ ତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଆରୀୟାନ ଇଂଞ୍ଜିୟରିଙ୍ଗ କଲେଜରେ ଓଡିଶା ସି ଟି ସି କଟକ ପକ୍ଷରୁ କ୍ୟାପଟେନ ଶ୍ରୀ ରୁଦ୍ର ପ୍ରସାଦ ନନ୍ଦ ରଜତ ଙ୍କୁ ଉକ୍ତ ସୋର୍ଡ ଅଫ ଅନର ଆୱାର୍ଡ ସମ୍ମାନରେ ସମ୍ମାନିତ କରିଛନ୍ତି, ପୂର୍ବରୁ ମଧ୍ୟ ଶ୍ରୀ ରଜତ ବିଭିନ୍ନ ସମ୍ମାନ -୨0୨0ରେ ବେଷ୍ଟ କଣ୍ଟିଜେଣ୍ଟ କମାଣ୍ଡର, ୨0୨୧ , ୨0୨୨ ରେ ବେଷ୍ଟ କ୍ୟାଡେଟ, ବେଷ୍ଟ ଡ୍ରିଲ ଇନଷ୍ଟ୍ରକ୍ଟର , ଆଓ୍ଵାଡ ପାଇଥିବା ବେଳେ ଚଳିତ ୨0୨୬ ବର୍ଷରେ ସୋର୍ଡ ଅଫ ଅନର ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି. ଯାହାକି କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଛି.ରଜତଙ୍କର ଏନ ସି ସି ୟୁନିଟ ରେ ତାଙ୍କର ଦୃଢ଼ ମନୋବଳ,ଅମାୟିକ ବ୍ୟବହାର,ନିଷ୍ଠା, ଓ ଜଣେ ଦକ୍ଷ ଡ୍ରିଲ ଇନ-ଷ୍ଟ୍ରକଟର ଓ ଅନୁସାଶନ ପାଇଁ ଏନ ସି ସି ୟୁନିଟ ଓ କଲେଜ ପକ୍ଷରୁ ବେଶ ପ୍ରଶଂସିତ. ଚଳିତ ବର୍ଷ ଉକ୍ତ ଆଓ୍ୱାର୍ଡ ପାଇ କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସୁଯୋଗ ପାଇଲେ ସୌନ୍ୟ ବାହିନୀରେ ଯୋଗଦେଇ ଦେଶ ସେବା କରିବାର ଲକ୍ଷ ରଖିଛନ୍ତି ବୋଲି ରଜତ ପ୍ରକାଶ କରିଛନ୍ତି.ଶ୍ରୀ ରଜତ କେନ୍ଦୁଝର ଜିଲ୍ଲା ର କାଶିପୁର ନିବାସୀ ବରିଷ୍ଠ ସାମ୍ବାଦିକ ଶ୍ରୀ ସୁରଜିତ ତ୍ରିପାଠୀ ଓ ଶିକ୍ଷୟତ୍ରୀ ସରୋଜିନୀ ମିଶ୍ର ଙ୍କର ଏକମାତ୍ର ସନ୍ତାନ ଅଟନ୍ତି.

