ନବରଙ୍ଗପୁର:29//1,(ଉତ୍କଳ ସମାଚାର) ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦର ୱାନ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୧.୨.୨୦୨୬ ରୁ ୨୭.୨.୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ପାଇଁ ସ୍ତିର କରାଯାଇଥିବା ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାଏକ, ଡି ପି ସି ମିଶନ ଶକ୍ତି ନିରଞ୍ଜନ ଟାଙ୍ଗାରାଙ୍ଗା, ଓରମାସ ସହକାରୀ ସି ଇ ଓ ରୋ ସନ୍ କାର୍ତ୍ତିକ, ଡି ଆଇ ପି ଆର୍ ଓ ମନୋଜ ବେହେରା,ବି ଡି ଓ ନବରଙ୍ଗପୁର ସୁନିଲ ଖୁରା,ଡି ସି ଓ ଘାସିରାମ ହରିଜନ, ଇ ଓ,ମ୍ୟୁନିସିପାଲଟି ଅଶୋକ କର୍ଣ୍ଣ,ସମାଜ କଲ୍ୟାଣ କାର୍ଯ୍ୟଳୟ ଅଧିକାରୀ ରମା ପଟ୍ଟନାୟକ,ଜିଲ୍ଲା ପରିଷଦ ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସୁଭଦ୍ରା ଶକ୍ତି ମେଳା ରେ ୧୨୦ ଟି ଷ୍ଟଲ ରହିବ ଯେଉଁଥିରେ ୫୦ ପ୍ରତିଶତ ଏସ ଏ ଚ ଜି ଷ୍ଟଲ ରହିବ ଏବଂ ଅନ୍ୟାନ୍ୟ ୫୦ ପ୍ରତିଶତ ବିଭାଗୀୟ,ନୂତନ ଏସ ଏଚ ଜି ,ଖାଦ୍ୟ ଷ୍ଟଲ ର ବ୍ୟବସ୍ଥା କରାଯାଉଛି।ଉତ୍ପାଦ ଗୁଡ଼ିକର ଉଚ୍ଚମାନର ପାକାଜିଂ, ଲେବେଲିଂ, ବ୍ରାଣ୍ଡିଂ ପାଇଁ ଗୁରୁତ୍ବ ଦିଆଯାଇଛି। ଏସ ଏ ଜି ଗ୍ରୁପ୍ ମିଲ୍ଲେଟ, ହସ୍ତତନ୍ତ୍ର ଏବଂ ଅନ୍ୟାନ୍ୟ ଦେଶୀୟ ଖାଦ୍ୟ,ଘରକରଣା ଜିନିଷ ସୁଭଦ୍ରା ଶକ୍ତି ବ୍ରାଣ୍ଡ ରେ ବିକ୍ରୟ କରିବେ। ସମସ୍ତ ପଦାର୍ଥ କ୍ୟୁଆର କୋଡ ଡିଜିଟାଲ ଅର୍ଥ ରେ ବିକ୍ରୟ କରାଯିବାର ବ୍ୟବସ୍ଥା କରାଯାଉଛି।ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।ପ୍ରତ୍ୟେକ ବିକ୍ରୟ ପଦାର୍ଥ ରେ ଏମ ଆର୍ ପି,ଓଜନ, ବୀବରଣୀ, ପ୍ରସ୍ତୁତ ତାରିଖ, ପ୍ରସ୍ତୁତକାରୀ ସଂସ୍ଥା ର ନାମ ରହିବ।

