ପାପଡାହାଣ୍ଡି, 29/01:(ଉତ୍କଳ ସମାଚାର)-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଡାକ ବଙ୍ଗଳା ଠାରେ ଜିଲ୍ଲା ସ୍ତରୀୟ ଠିକାଧାର ସଙ୍ଘ ର ବୈଠକ ଅନୁଷ୍ଠିତ ହୋଇଥିଲା. ମୁଖ୍ୟ ଅତିଥି ରୂପେ ଆଲୋକ ବିଷୋୟୀ,ସନ୍ଧିପ ବିଷୋୟୀ,ପ୍ରଭାତ ବିଷୋୟୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ. ସଙ୍ଘ ତରଫରୁ ଅତିଥି ମାନଙ୍କୁ ପୁଷ୍ପଗଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା. ଏହି ବୈଠକ ରେ ଜିଲ୍ଲା ଠିକାଧାର ସଙ୍ଘ ସମସ୍ତ ସଦସ୍ୟ କୁ ସେଡୁଲ ରେଟ ରେ କାମ କରିବା ପାଇ ଆହ୍ୱାନ କରାଗଲା. ବାହାର ଜିଲ୍ଲା ର ଠିକାଧାର କୁ ନବରଙ୍ଗପୁର ଜିଲ୍ଲା ରେ କୌଣସି କାମ କରେଇଦିଆଯିବ ନାହିଁ.ଯଦି କୌଣସି ଜିଲ୍ଲା ବାହାର ଠିକାଧାର ଅନଲାଇନ ରେ ଟେଣ୍ଡର ପକାନ୍ତି ତାହା ହେଲେ ସେମାନଂକୁ କୌଣସି ଠିକାଧାର ସହଯୋଗ କରିବେ ନାହିଁ ଓ ବିରୋଧ ପ୍ରଦର୍ଶନ କରାଯିବ ଓ କଞ୍ଚାମାଳ ଓ ଦିଆଯିବ ନାହିଁ ବୋଲି ସଙ୍ଘ ତରଫରୁ ନିଷ୍ପତି ନିଆଯାଇଥିଲା.ଏହି ବୈଠଳ ରେ ନବରଙ୍ଗପୁର ଜିଲ୍ଲା ର ପ୍ରତେକ ବ୍ଲକ ର ଦୁଇ ଜଣ ଲେଖାଏଁ ସଂଯୋକ ବଚ୍ଛା ଯାଇଥିଲା. ପାପଡାହାଣ୍ଡି ବ୍ଲକ ର ଦୁଇ ଜଣ ସଂଯୋଜକ ସଂଜୀବ କୁମାର ନାଗ, ଅକ୍ଷୟ ବିଷୋୟୀ, ନନ୍ଦାହାଣ୍ଡି ବ୍ଲକ ରୁ ମକରନ୍ଧ ବାଘ,ଖଗେଶ୍ୱର ଗୌଡ଼,ନବରଙ୍ଗପୁର ବ୍ଲକ ରୁ ଅନିଲ ରାଓ,ପ୍ରତାପ ଦାସ,ତେନ୍ତୁଳୀଖୁଣ୍ଟି ବ୍ଲକ ରୁ ଚନ୍ଦନ ଚୌଧୁରୀ, ଡି ମୋହନ ରାଓ,ଡାବୁଗାଁ ବ୍ଲକ ରୁ ସୁରେନ୍ଦ୍ର ମିଶ୍ର,ସୁବ୍ରଜିତ ପାଣିଗ୍ରାହୀ ଙ୍କୁ ଚୟନ କରାଯାଇଥିଲା. ସଂଜୀବ ନାଗ ମଞ୍ଚ ପରିଚାଳନା କରିଥିଲେ. ଏହି କାର୍ଯ୍ୟକ୍ରମ କୁ ହରିଶଙ୍କର ରାଓ, ସଞ୍ଜୟ ଅଗ୍ରୱାଲ, ପରିଚାଳନା କରିଥିଲେ

