ପାପଡାହାଣ୍ଡି,30//01,(ଉତ୍କଳ ସମାଚାର)ପାପଡ଼ା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଉଚ୍ଚ ବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ଦିବସ ଅବସରରେ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ସିଆରସିସି ଶ୍ରୀ ବାବୁଲାଲ ସାଗର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ସଡ଼କ ସୁରକ୍ଷାର ଗୁରୁତ୍ୱ ବିଷୟରେ ପ୍ରେରଣାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ।ସିଆରସିସି କହିଥିଲେ ଯେ, “ସଡ଼କ ସୁରକ୍ଷା କେବଳ ନିୟମ ନୁହେଁ, ଏହା ଜୀବନ ସୁରକ୍ଷାର ଆଧାର। ହେଲମେଟ୍ ବ୍ୟବହାର, ସିଟ୍ ବେଲ୍ଟ୍ ପରିଧାନ, ଯାତାୟାତ ନିୟମ ପାଳନ ଓ ଶିଶୁମାନଙ୍କୁ ସଡ଼କ ନିୟମ ଶିଖାଇବା ଆମ ସମସ୍ତଙ୍କ ଦାୟିତ୍ୱ।”ସେ ଆହୁରି କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଆଜିରୁ ସଡ଼କ ସୁରକ୍ଷାର ଦୂତ ହୋଇ ପରିବାର ଓ ସମାଜରେ ସଚେତନତା ସୃଷ୍ଟି କରନ୍ତୁ।“ସଡ଼କ ସୁରକ୍ଷା ନିୟମ ପାଳନ କରିବା ଆବଶ୍ୟକ। ହେଲମେଟ୍ ଓ ସିଟ୍ ବେଲ୍ଟ୍ ବ୍ୟବହାର, ଯାତାୟାତ ସଙ୍କେତ ଓ ନିୟମ ପାଳନ କରିବା ଦ୍ୱାରା ଆମେ ଜୀବନ ରକ୍ଷା କରିପାରିବା। ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷାର ସନ୍ଦେଶ ପ୍ରସାର କରିବେ।”ସିଆରସିସି ରାସ୍ତାରେ ଲୋକଙ୍କୁ ସଚେତନତା ବାର୍ତ୍ତା ର ପିଲାଟି ଉତ୍ସାହିତ ବାର୍ତ୍ତା ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା ।କାର୍ଯ୍ୟକ୍ରମରେ ଶପଥ ପାଠ, ସଚେତନତା ର୍ୟାଲି, ପୋଷ୍ଟର ପ୍ରଦର୍ଶନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ବେହେରା ନିର୍ମଳ କୁମାର, ଖେଳ ଶିକ୍ଷକ ଚେତାବଳୀ ସା ଓ ଶିକ୍ଷକ ସମୁହ ସକ୍ରିୟ ଭାଗରେ ଅଂଶ ଗ୍ରହଣ କରିଥିଲେ।

