ରାଉରକେଲା:31//1,(ଉତ୍କଳ ସମାଚାର) ରାଜ୍ୟର ପ୍ରାୟ ୧୯ ଟି ସରକାରୀ ଓ ବେସରକାରୀ ପଲିଟେକନିକ୍ କୁ ନେଇ ଚତୁର୍ଥ ଜୋନ ର ତ୍ରିଦିବସୀୟ ଆଞ୍ଚଳିକ ସ୍ତରୀୟ ପଲ୍ଲୀଫେଷ୍ଟ ୨୦୨୫-୨୬ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଠାରେ ଆୟୋଜିତ ଏହି କ୍ରୀଡା ଓ ସାଂସ୍କୃତିକ ମହୋତ୍ସବରେ ବିଭିନ୍ନ ପ୍ରତିଷ୍ଠାନର ୮ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କ୍ରୀଡା ମଧ୍ୟରେ ଜାଭେଲିନ, ସଟଫୁଟ, ଡିସକସ୍, ୧୦୦,୨୦୦, ୪୦୦ ମିଟର ଦୈ।ଡ଼,୪×୧୦୦ ରିଲେ ଦୈ।ଡ, ଉଚ୍ଚ ଡିଆଁ,ଲମ୍ବ ଡିଆଁ, କ୍ରିକେଟ, ଫୁଟବଲ, କବାଡି,ଖୋଖୋ, ବ୍ୟାଡମିଣ୍ଟନ, ଭଲିବଲ ଆଦି ପ୍ରତିଯୋଗିତା କରାଯାଇ ଏହି କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ୟୁଜିଆଇଇ ର ଅଧ୍ୟକ୍ଷ ଇଂ ଶରତ କୁମାର ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନ୍ଆଇଟି ର ପ୍ରଫେସର ସିଦ୍ଧାର୍ଥ ଜେନା ମୁଖ୍ୟଅତିଥି,ୟୁଜିଆଇଇ ର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଗତି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭାଇଚାରା,ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ବଜାୟ ରଖିବାରେ ସହାୟକ ହୁଏ ବୋଲି ମତ ରଖିଥିଲେ। ଅଧ୍ୟକ୍ଷ ଇଂ ମୁଦୁଲି ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ଡିଏଭି ପଲିଟେକନିକ୍ ର ଅଧ୍ୟକ୍ଷା ଶୈଳଜା ଭୂୟାଁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା, ରେଙ୍ଗାଲି,ଦେବଗଡ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼,ବୈ।ଦ୍ଦ, ସୁନ୍ଦରଗଡ ଓ ରାଉରକେଲାର ୟୁଜିଆଇଇ, ଏସକେଡିଏଭି, ସିଆଇଟିଇ, ଆଇଆଇପିଏମ,କେଏସଇଟି କଳାହାଣ୍ଡି,ବିଆଇଟି ସମ୍ବଲପୁର, ପିକେଏଆଇଇଟି ବରଗଡ଼ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ଅନିମା ଏକ୍କା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶିଶିର କୁମାର ଦଳେଇ,ସୈ।ମ୍ୟରଞ୍ଜନ ମିଶ୍ର,କାନନିକା ନାୟକ,ଦୀପକ ରଞ୍ଜନ ପଟ୍ଟନାୟକ,ସୁବାସିନୀ ଜେନା,ଯଯତେନ୍ଦୁ କେଶରୀ ଚାନ୍ଦ, ମୈ।ସୁମୀ ସୁବୁଦ୍ଧି, ରଶ୍ମିତା ସେନାପତି, ଡିଏଭି ର ସ୍ମରଣିକା ସୁନ୍ଦରରାୟ, ହିମାଂଶୁ ଭୁଷଣ ବେହେରା, ବନିତା ମହାରଣା, ମନ୍ମଥ ପୃଷ୍ଟି,ସୁଶୀଲା ବାର୍ଲା, ଦୁର୍ଯୋଧନ ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସ୍ବତନ୍ତ୍ର ଅତିଥି ଶୈଳଜା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

