ପାପଡାହାଣ୍ଡି, -4:2:26-(ଉତ୍କଳ ସମାଚାର)ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳ ପଂଚାୟତ ସଦର ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ୍ୟ ମୋତିରାମ ନାୟକ, ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ଜାନି , ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପଂଚାୟତ ସମିତି ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ବିଡ଼ିଓ କପିଳଦେବ ସାହୁ, ଗୋଷ୍ଠୀ ଶିକ୍ଷା ଅଧକାରୀ ସୁଦୀପ୍ତ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀ, ବିଶିଷ୍ଟ ଶିକ୍ଷାବିତ ପ୍ରତାପ ଚନ୍ଦ୍ର ପଟନାୟକ, ସରପଞ୍ଚ ବବିତା ମାଝୀ ଓ ସମିତି ସଭ୍ୟ ସୁତମ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ l ଅତିଥି ମାନେ ପ୍ରଥମେ ପହଂଚିବା ପରେ ସ୍କୁଲ ଯାଏ ବାଜା ବାଜଣା ସହିତ ପାଛୋଟି ନିଆଯାଇଥିଲା l ପିଲାମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l 13ଜଣ ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ନାଚ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଙ୍କଜ ବିଶୋଇ, ପଞ୍ଚସଖା ଶିକ୍ଷା ସେତୁ ସବ୍ୟସାଚୀ ବିଶୋଇ, ଭାରପ୍ରାପ୍ତ ଅଧକ୍ଷ୍ୟ ବିଦ୍ୟାଧର ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟା, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

