ନବରଙ୍ଗପୁର:6//2,(ଉତ୍କଳ ସମାଚାର)ଶିକ୍ଷାର ଆଶା ପୁନଃ ସାଜିଲା ଶିକ୍ଷା- ଅଧିକାର ସୁରକ୍ଷିତପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ପ୍ରୟାସରେ ଶିକ୍ଷା ଅଧିକାର ଆଇନ ଓ ଡ୍ରପ ଆଉଟ ଚିହ୍ନଟ ଅଭିଯାନ ଅନୁସାରେ, ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ୨ ବର୍ଷ ଧରି ପାଠ ଛାଡ଼ିଥିବା ଏକ ଝିଅ ଦିପା ହରିଜନଙ୍କୁ,ମୈଦଲ ପୁର ଗୁମା ଗୁଡା ଗାଁର ଝିଅ, ବୟସ ତେର , ସିଆରସିସି ଙ୍କ ସକ୍ରିୟ ହସ୍ତକ୍ଷେପ ଓ ନିରନ୍ତର ପ୍ରୟାସରେ ପୁନଃ ବିଦ୍ୟାଳୟରେ ନାମଲେଖା କରିପାରିଛି ସୂଚନା ଅନୁସାରେ, ପିଲାଟି ଦୀର୍ଘ ସମୟ ଧରି ବିଦ୍ୟାଳୟରୁ ବିଚ୍ଛିନ୍ନ ରହିଥିବା ବେଳେ ସିଆରସିସି ଦ୍ୱାରା ଗ୍ରାମସ୍ତରରେ କାର୍ଯ୍ୟ ସମୟରେ ତାହା ଚିହ୍ନଟ ହୋଇଥିଲା। ପରେ ସିଆରସିସି ଅଭିଭାବକଙ୍କ ସହ ସମ୍ପର୍କ ସ୍ଥାପନ କରି ପିଲା ଓ ପରିବାରକୁ କାଉନ୍ସେଲିଂ କରିଥିଲେ। ପାଠର ଗୁରୁତ୍ୱ, ଝିଅ ପିଲାଙ୍କ ଶିକ୍ଷାର ଆବଶ୍ୟକତା ଓ ସରକାରୀ ଯୋଜନା ବିଷୟରେ ସଠିକ ଭାବେ ବୁଝାଇଦିଆଯାଇଥିଲା।କାଉନ୍ସେଲିଂ ପରେ ସିଆରସିସି ପ୍ରଧାନ ଶିକ୍ଷକଙ୍କ ସହ ସମନ୍ୱୟ ସ୍ଥାପନ କରି ବୟସ ଓ ଶିକ୍ଷାଗତ ସ୍ତର ଅନୁସାରେ ଉପଯୁକ୍ତ ଶ୍ରେଣୀରେ ପିଲାର ନାମଲେଖା ସୁନିଶ୍ଚିତ କରିଥିଲେ। ଦୀର୍ଘ ସମୟର ଗ୍ୟାପ୍ ଥିବାରୁ ପିଲା ପାଇଁ ଅତିରିକ୍ତ ଶିକ୍ଷା ସହାୟତାର ବ୍ୟବସ୍ଥା ମଧ୍ୟ କରାଯାଇଛି।ସିଆରସିସି କହିଛନ୍ତି ଯେ—“କୌଣସି ପିଲା ପାଠରୁ ବଞ୍ଚିତ ରହିବା ଉଚିତ୍ ନୁହେଁ। ଡ୍ରପ୍ଆଉଟ୍ ପିଲାମାନଙ୍କୁ ପୁନଃ ବିଦ୍ୟାଳୟମୁଖୀ କରିବା ଓ ତାଙ୍କୁ ଧରିରଖିବା ସିଆରସିସି ର ପ୍ରାଥମିକ ଦାୟିତ୍ୱ।”“ପ୍ରତ୍ୟେକ ପିଲାର ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ। କୌଣସି ପିଲା ପାଠ ଛାଡ଼ି ରହିଲେ ତାହାକୁ ପୁନଃ ବିଦ୍ୟାଳୟରେ ଆଣିବା ପାଇଁ ସିଆରସିସି ସ୍ତରରେ ନିରନ୍ତର ପ୍ରୟାସ ଜାରି ରହିବ।”ପୁନଃ ଡ୍ରପ୍ଆଉଟ୍ ରୋକିବା ପାଇଁ ସିଆରସିସି ଙ୍କ ଦ୍ୱାରା ପିଲାର ନିୟମିତ ଉପସ୍ଥିତି, ପାଠ ପ୍ରଗତି ଓ ସାମାଜିକ ସମନ୍ୱୟ ଉପରେ ନିରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି। “କୌଣସି ପିଲା ସୁରକ୍ଷିତ ବଞ୍ଚିବାର ଅଧିକାର ଉଲ୍ଲଂଘନ ହେବା ଉଚିତ୍ ନୁହେଁ। ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ।” ।ସିଆରସିସିତରଫରୁ ପିଲାଙ୍କର ଶିକ୍ଷା ଅଧିକାର, ଶାରୀରିକ ସୁରକ୍ଷା ଓ ସାମାଜିକ ସୁରକ୍ଷା ଉପରେ ନିରନ୍ତର ନିରୀକ୍ଷଣ ରଖାଯାଇଛି। ଅନେକ ଥର ପାଇଁ ସିଆରସିସି ସ୍ତରରେ ଏହି ପଦକ୍ଷେପ ଏକ ଦୃଢ଼ ଦୃଷ୍ଟାନ୍ତ ସୃଷ୍ଟି କରିଛି।“କୌଣସି ପିଲା ପାଠରୁ ବଞ୍ଚିତ ରହିବା ଉଚିତ୍ ନୁହେଁ। । “କୌଣସି ପିଲା ସୁରକ୍ଷିତ ବଞ୍ଚିବାର ଅଧିକାର ଉଲ୍ଲଂଘନ ହେବା ଉଚିତ୍ ନୁହେଁ । ସିଆରସିସି ଙ୍କ ସକ୍ରିୟ ପଦକ୍ଷେପ ଫଳରେ, ଅନେକ ଶିଶୁମାନେ ଶିଶୁ ଶ୍ରମିକ ଓ ଶିଶୁ ଵିଵାହ ରୁ ସୁରକ୍ଷିତ ହୋଇଥିବାର ଖବର ମିଳିଛି। ମାଆ ଦାଦନ ଶ୍ରମିକ ଭାବେ ଆନ୍ଧ୍ର ପ୍ରଦେଶର ଯାଇଛି ଦିପ୍ତି ଝିଅ ଟି ମୌଦଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(କସ୍ତୁରିବା ବିଦ୍ୟାଳୟ )ରେ ସୁରକ୍ଷିତ ଭାବେ ବିଦ୍ୟାଳୟ ରେ ପାଠପଢ଼ିବା ଭାବନା ସିଆରସିସି ମୁହଁରେ ହସ ଫୁଟି ଥିଲା । ଝିଅର ପୋଷାକ ନଥିବାରୁ ୟୁନିଫର୍ମ ପୋଷାକ ସହ ବିଦ୍ୟାଳୟ ଯିବାକୁ ପ୍ରସ୍ତୁତି ହୋଇଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଯାଦବଙ୍କୁ ଆସନ୍ତା ବର୍ଷରୁ ହଷ୍ଟେଲ ରହି ପାଠ ପଢ଼ିବାକୁ ସିଆରସିସି ତରଫରୁ ପତ୍ର ଟିଏ ମଧ୍ୟରେ ଦେଇଛନ୍ତି। ଦାଦନ ଶ୍ରମିକଙ୍କ ଝିଅର ପାଠ ପଢା ସମର୍ଥନ ଓ ସୁରକ୍ଷିତ ଆଶ୍ରୟ ଦିଆଯାଇଛି ।ଏହି ପଦକ୍ଷେପକୁ ଗ୍ରାମବାସୀ ଓ ଅଭିଭାବକମାନେ ସ୍ୱାଗତ କରିଥିବା ବେଳେ, ଝିଅ ପିଲାଙ୍କ ଶିକ୍ଷା ସୁରକ୍ଷାରେ ଏହା ଏକ ଆଦର୍ଶ ଉଦାହରଣ ଭାବେ ଦେଖାଯାଉଛି।ଵୁଦ୍ଧିଜୀବି ମହଲରେ ସିଆରସିସି ର ପ୍ରକୃତ କାର୍ଯ୍ୟ କୁ ଚୟନ କରିବା .ସହ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନା କରି ପିଲାଙ୍କୁ ଭବିଷ୍ୟତ ପାଇଁ ଚ଼ିନ୍ତନ ଭାବନାକୁ ସମ୍ମାନ ପ୍ରଦାନ କରାଯାଇଥିଲା।

