କେନ୍ଦୁଝର :6//2,(ଉତ୍କଳ ସମାଚାର)କେନ୍ଦୁଝର ସଦରବ୍ଲକ ସନ୍ଥେ ଭଞ୍ଜ ହାଇସ୍କୁଲ ରେ ଅନୁଷ୍ଠିତ ତିନିଦିନିଆ ଭାରତସ୍କାଉଟଗାଇଡ଼ ପ୍ରଶିକ୍ଷଣ ଶିବିର ରେ ମନୋଜମଞ୍ଜରୀ ଶିଶୁଭବନ ଉଚ୍ଚବିଦ୍ୟାଳୟ ର ଅଠର ଜଣ ଛାତ୍ର ଛାତ୍ରୀ ଗାଇଡ଼ କ୍ୟାପଟେନ ସଂଯୁକ୍ତା ନାଥ ଙ୍କ ନେତୃତ୍ୱ ରେ ଶିବିର ରେ ଯୋଗ ଦେଇ ତାଲିମ ଗ୍ରହଣ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ରେ ସକ୍ରିୟ ଅଂଶ ଗ୍ରହଣ କରି କଲର ପାର୍ଟ ରେ ପ୍ରଥମ, ନୋଟିଙ୍ଗ ରେ ପ୍ରଥମ, ଗ୍ରୁପ ଡ୍ୟାନ୍ସ ରେ ପ୍ରଥମ, ବ୍ୟାଣ୍ଡେଜ ରେ ଦ୍ଵିତୀୟ, ମାର୍ଚ୍ଚପାଷ୍ଟ ରେ ଦ୍ଵିତୀୟ, ସ୍କିଲୋରମା ରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହିତ ବିଦ୍ୟାଳୟ କୁ ଗୌରାବାନ୍ୱିତ କରିଛନ୍ତି, ଏହି କ୍ୟାମ୍ପୋରୀ ରେ ସଫଳତା ପାଇଁ ପ୍ରଧାନ ଶିକ୍ଷକ ତପନ କୁମାର ପଣ୍ଡା ସମସ୍ତ ଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ଆଗାମୀ ସମୟରେ ଏହି ପ୍ରତିଭା କୁ ରାଜ୍ୟସ୍ତରରେ ଉଜ୍ଜୀବିତ କରିବାକୁ ପ୍ରେରଣାଦାୟକ ହେବବୋଲି ଅଭିହିତ କରିଛନ୍ତି

