ରାଉରକେଲା ୭/୨, ଗତକାଲି ସନ୍ଧ୍ଯାରେ ରାଉରକେଲା ରେଳ ଷ୍ଟେସନ ନିକଟସ୍ଥ ଏକ ଚା ଦୋକାନୀକୁ ଛୁରୀ ଭୁଷି ହତ୍ଯା କରାଯାଇଛି। ଚା ଦୋକାନୀ ଅବିନାଶ ଯାଦବ ତାଙ୍କ ଭାଇଙ୍କ ସହ ମିଶି ତା ଦୋକାନ ଚଳାଉଥିଲେ। ଗତକାଲି ସନ୍ଧ୍ୟାରେ ଅବିନାଶ ତାଙ୍କ ଭାଇଙ୍କୁ ଛାଡି ନିକଟରେ ଥିବା ଏକ ଶୌଚାଳୟକୁ ଶୌଚ ପାଇଁ ଯାଇଥିଲେ। ଶୌଚାଳୟ ମଧ୍ଯରୁ ଫେରୁଥିବା ବେଳେ ୩ ଦୁର୍ବୃତ୍ତ ସେଠାରେ ପହଞ୍ଚି ଶୌଚାଳୟ ପରିସରରେ ଅବିନାଶଙ୍କୁ ଛୁରି ଭୁଷି ହତ୍ଯା କରି ଫେରାର ହୋଇଯାଇଥିଲେ।
ଏହି ହତ୍ୟା ଘଟଣାଟି ଘଟିଛି ରାଉରକେଲା ସହରର ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ରେଳ ଷ୍ଟେସନ ନିକଟସ୍ଥ ଅମର ଭବନ ନିକଟରେ ଥିବା ମଡର୍ଣ୍ଣ ଡିଲକ୍ସ ଶୌଚାଳୟ ପରିସରରେ। ଗୋଟିଏ ଚା ଦୋକାନକୁ ପରିଚାଳନା କରି ଅବିନାଶ ଯାଦବ ଓ ତାଙ୍କ ଭାଇ ପେଟ ପୋଷୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଅବିନାଶଙ୍କ ଘର ଗୋପବନ୍ଧୁପାଲି ଅଞ୍ଚଳର ବୋଲି ଜଣାପଡ଼ିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପ୍ଲାଣ୍ଟସାଇଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ଯା ଘଟଣାର ତଦନ୍ତ ଜାରି ରଖିଛନ୍ତି। ଚା ଦୋକାନୀଙ୍କ ଭାଇଙ୍କ କହିବା ଅନୁସାରେ ୬ ମାସ ପୂର୍ବରୁ ହତ୍ଯାର ଶୀକାର ହୋଇଥିବା ଅବିନାଶ ଯାଦବଙ୍କ ସହିତ କିଛି ଯୁବକଙ୍କର ଝଗଡା ଓ ହାତାହାତି ହୋଇଥିଲା ଏବଂ ସେ ସେହି ଘଟଣାର ସମାଧାନ କରିଥିଲେ। କରିଥିଲେ।
ଆଜି ରାଉରକେଲା ପୋଲିସର ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଅଭିଯୁକ୍ତମାନେ ଶୀଘ୍ର ଧରାପଡିଯିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

