ଆଲୋଚନା, ପାପଡାହାଣ୍ଡି -8:2:26-(ଉତ୍କଳ ସମାଚାର)ନବରଙ୍ଗପୁର ର ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ଭୁବନେଶ୍ୱର ଗସ୍ତ ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ ଙ୍କୁ ସାକ୍ଷାତ କରି ଅଂଚଳ ର ସ୍ୱାସ୍ଥ୍ୟ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି, ଏହି ଆଲୋଚନା ସମୟରେ ପୂର୍ବତନ ସାଂସଦବିଶେଷ ଭାବେ ଆଦିବାସୀ ଅଧୁଷିତ ଅଂଚଳ ଭାବେ ପରିଚିତ ପାପଡାହାଣ୍ଡି ବ୍ଲକ ର ଜନସାଧାରଣ ଙ୍କ ସୁବିଧା ପାଇଁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଗୋଟିଏ ମହାପ୍ରାଣୟ ଗାଡି ର ବ୍ୟବସ୍ଥା କରିବାକୁ ଏବଂ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜଣେ ସ୍ଥାୟୀ ମେଡ଼ିସିନ ସ୍ପେସିଆଲିଷ୍ଟ ଙ୍କୁ ତୁରନ୍ତ ନିଯୁକ୍ତି ପ୍ପ୍ରଦାନ କରିବାକୁ ସେ ବିଶେଷ ଭାବେ ମନ୍ତ୍ରୀଙ୍କୁ କହିଛନ୍ତି, ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ପୂର୍ବତନ ସାଂସଦଙ୍କୁ ଯଥାଶୀଘ୍ର ମହାପ୍ରାଣୟ ଗାଡି ଏବଂ ମେଡ଼ିସିନ ସ୍ପେସିଆଲିଷ୍ଟ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଯୁକ୍ତି ପ୍ରଦାନ କରିବାକୁ ସହମତି ପ୍ରଦାନ କରିଥିବା ସୂଚନା ପ୍ରଦାନ କରିଛନ୍ତି, ଏହି ଆଲୋଚନା ସମୟରେ ରାଜ୍ୟ ବିଜେପି ର ପୂର୍ବତନ ମହାମନ୍ତ୍ରୀ ରଞ୍ଜନ ପଟେଲ, ଦିନବନ୍ଧୁ ବିଶୋଇ ପ୍ରମୁଖ ଉପସ୍ଥିତ ରହିଥିଲେ l

