ନବରଙ୍ଗପୁର:10//2,(ଉତ୍କଳ ସମାଚାର)ଡାବୁଗାଁ, – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ନାଗଯୋଡି ଗ୍ରାମର ଜଣେ ଯୁବକକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ :- ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଧାମନାଗୁଡା- ଝରିଗୁଡା ଛକ ମଧ୍ୟରେ ଥିବା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି | ସେଠାରେ ପୋଲ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲୁହା ରଡ, ଲୁହା ପ୍ଳେଟ ଗୁଡିକ ପୋଲ କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ପାଖରେ କାମ କରୁଥିବା ସୁପରଭାଇଜର ଓ ଶ୍ରମିକ ମାନେ କ୍ୟାମ୍ପ କରି ରହୁଛନ୍ତି | ସେଠାରେ ସମସ୍ତ ସାମଗ୍ରୀ ରଖା ଯାଇଥିଲା | ୭ ତାରିଖ ଦିନ ବିଳମ୍ବିତ ରାତ୍ରିରେ ନାଗଯୋଡି ଗ୍ରାମର ଅଭି ପନକା (୩୩) ଓ ତାଙ୍କର ୨ ଜଣ ସହଯୋଗୀ ସେହି ସ୍ଥାନରୁ ଲୁହା ରଡ, ଲୁହା ପ୍ଳେଟ ଚୋରୀ କରି ନେଇଥିଲେ | ଏନେଇ ୮ ତାରିଖ ଦିନ ସନ୍ଧ୍ୟାରେ କଣ୍ଟ୍ରାକ୍ଟର ର ସୁପରଭାଇଜରପ୍ରସନ୍ନ ମେହେର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସୋମବାର ସକାଳୁ ଅଭିଯୁକ୍ତ ଅଭି ପନକା ଏକ ଅଟୋ ନଂ ଓଡି ୨୪ ଜେ ୯୫୭୯ ଯୋଗେ ବିକ୍ରି କରିବାକୁ ନେଉଥିବା ବେଳେ ଡାବୁଗାଁ ପୋଲିସ ଖବର ପାଇ ଝରିଗୁଡା ଛକ ନିକଟରେ ଅଟୋ ଗାଡି କୁ ଅଟକାଇ ଯାଞ୍ଚ କରିଥିଲେ | ସେହି ସମୟରେ ୨ ଜଣ ଅଭିଯୁକ୍ତ ଖସି ଯାଇଥିଲେ ଏବଂ ଅଭି ପନକା ଧରା ପଡିଥିଲା | ପୋଲିସ ଅଟୋ ଗାଡି ସହ ଚୋରୀ ହୋଇଥିବା ସାମଗ୍ରୀ କୁ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ | ଆଜି ଅପରାହ୍ନରେ ଅଭିଯୁକ୍ତ ଅଭି ପନକା ଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୨୮/୨୬ ରେ ଏକ ମାମଲା ରୁଜୁ କରାଯାଇଛି | ପୂର୍ବରୁ ଅଭିଯୁକ୍ତ ଜଣଙ୍କ ଡାବୁଗାଁ ନୂଆଗୁଡା ଗ୍ରାମ ଓ ରାବଣାଗୁଡା ଗ୍ରାମରେ ବିଦ୍ୟୁତ ତାର ଚୋରୀ ରେ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡିଛି ବୋଲି ତଦନ୍ତକାରୀ ଅଧିକାରୀ ପ୍ରବେଶରର ସବଇନିସ୍ପେକ୍ଟର ଦଣ୍ଡ ଚରଣ ସେଠୀ ସୂଚନା ଦେଇଛନ୍ତି |

