ପାପଡାହାଣ୍ଡି -10:2:26-(ଉତ୍କଳ ସମାଚାର)ଆଜିକୁ 15 ଦିନ ହେବ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର 100 ମିଟର ଦୂରରେ ଥିବା ପାପଡାହାଣ୍ଡି ଦୈନିକ ବଜାର ମୁଖ୍ୟ ରାସ୍ତା ନଳକୂପ ଅଚଳ ହୋଇ ରହିଛି , ବିଭାଗ ଜାଣି ଶୁଣି ଚୁପ ହୋଇକି ରହିଛି, କାରଣ ବ୍ଲକ ରେ ନଳକୂପ ମରାମତି ପାଇଁ ପାଇପ ସରଞ୍ଜାମ ନାହି, ଅଫିସ କୁ ନୂଆ ପାଇପ ଆସିଲେ ମରାମତି ହେବ, ଏହି ନଳକୂପ ଟି ବହୁତ ପୁରୁଣା ଏହାର ମରାମତି ସମୟରେ ଫାଟିଯାଇଥିବା କୋଳଙ୍କି ଲାଗିଥିବା ପାଇପ ରେ ରବର ଟ୍ୟୁବ ଗୁଡ଼ାଇ ମରାମତି କରାଯାଉ ଥିବାରୁ କିଛି ଦିନରେ ପୁଣି ଥରେ ଖରାପ ହେଉଛି, ଏହି ନଳକୂପ ଉପରେ ବସଷ୍ଟାଣ୍ଡ ର ନିକଟରେ ରହିଥିବା ସାହି ର 200 ରୁ ଉର୍ଦ୍ଧ ବାସିନ୍ଦା, ବିଭିନ୍ନ ହୋଟେଲ, 100 ରୁ ଉର୍ଦ୍ଧ ଦୋକାନୀ ନିର୍ଭର କରିଥାନ୍ତି, ଆଗକୁ ଖରାଦିନ ଥିବାରୁ ଲୋକଙ୍କୁ କିଭଳି ନଳକୂପ ରୁ ପାନୀୟ ଜଳ ପାଇବେ ତାହା ସଂନ୍ଦେହେ ବୋଲି ଲୋକେ କହୁଥିବା ବେଳେ ପାପଡାହାଣ୍ଡି ବିଭାଗୀୟ ଜେଇ ପଣ୍ଡା ବାବୁଙ୍କୁ ପଚାରି ବାରୁ ସେ ଏହି ବିଷୟରେ କିଛି ଜାଣି ନ ଥିବା କହିବା ସହିତ ପାଇପ ଆସିଲେ ମରାମତି ହେବ ବୋଲି ଖାମ୍ ଖିଆଲି ଭାବେ କହିଛନ୍ତି, ଏବେ ଫଟା ପାଇପ ରେ ଟ୍ୟୁବ ଗୁଡ଼ାଇ କାମକରି ପାଇପ ଆସିଲେ ବଦଳା ଯିବ ବୋଲି କହିଥିଲେ l ଯଦି ବ୍ଲକ ମୁଖ୍ୟାଳୟ ରେ ଏପରି ପରିସ୍ଥିତି ତେବେ ଦୁର୍ଗମ ଅଂଚଳ ରେ ପାନୀୟ ଜଳ ଯୋଗାଣ କିପରି ହେଉଥିବ ଏଥିରୁ ସ୍ୱଷ୍ଟ ଅନୁମେୟ, ଏହି ଖବର ଶୁଣି ଜିପିଓ ଅକ୍ଷୟ ପଟ୍ଟନାୟକ ଏବଂ ପିଇଓ ମଙ୍ଗଳୁ ଭତରା ନିଜେ ବଜାର ରୁ ପାଇପ କିଣି ଦେବାରୁ ଆଜି ନଳକୂପ ମରାମତି କାମ ହୋଇଛି l

