ପାପଡ଼ାହାଣ୍ଡି:10//2,(ଉତ୍କଳ ସମାଚାର) ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଶିକ୍ଷା କ୍ଷେତ୍ରରେ ନୂତନ ପ୍ରୟୋଗ ଭାବେ “ଯାଦୁ ପେଡ଼ି ଶିକ୍ଷାଦାନ ପଦ୍ଧତି” ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି। କ୍ଲଷ୍ଟର ରିସୋର୍ସ କୋଓର୍ଡିନେଟର ଙ୍କ ନିୟମିତ ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମରେ ଶିକ୍ଷକମାନେ ଏହି ପଦ୍ଧତିକୁ ନେଇ ବିଶେଷ ସନ୍ତୋଷ ପ୍ରକାଶ କରିଛନ୍ତି।ସିଆରସିସି ଙ୍କ ନିର୍ଦ୍ଦେଶନା ଓ ପ୍ରେରଣାରେ ଶିକ୍ଷକମାନେ ଯାଦୁ ପେଡ଼ି ମାଧ୍ୟମରେ ପାଠ ପ୍ରଦାନ କରିବାରୁ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଗ୍ରହଣ କ୍ଷମତା ବୃଦ୍ଧି ପାଇଛି। ଶିକ୍ଷାକକ୍ଷରେ ଆନନ୍ଦମୟ ପରିବେଶ ସୃଷ୍ଟି ହେବା ସହ ପିଲାମାନେ ସକ୍ରିୟ ଭାବେ ପାଠରେ ଅଂଶଗ୍ରହଣ କରୁଛନ୍ତି। ସମୀକ୍ଷାରେ ପ୍ରମୁଖ ଉପଲବ୍ଧି ପାଠଦାନ ପ୍ରଣାଳୀରେ ସୃଜନଶୀଳତା ବୃଦ୍ଧି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଆଗ୍ରହ ବୃଦ୍ଧି\ ଶିକ୍ଷକଙ୍କ ଶିକ୍ଷାଦାନ କୌଶଳର ସୁଧାର,ଶିକ୍ଷା ଫଳାଫଳରେ ଧନାତ୍ମକ ପରିବର୍ତ୍ତନ,“ଯାଦୁ ପେଡ଼ି ପଦ୍ଧତି ଆମ ପାଠଦାନକୁ ଆହୁରି ଆକର୍ଷଣୀୟ କରିଛି। ସିଆରସିସି ଯାଦୁ ପେଡ଼ି ପାଠରେ କଣ କରନ୍ତି?ବିଦ୍ୟାଳୟ ପରିଦର୍ଶନ ସମୟରେ ଡେମୋ ପାଠ ପ୍ରଦାନ,ଯାଦୁ ପେଡ଼ି ଶିକ୍ଷା ସାମଗ୍ରୀ ବ୍ୟବହାର ପଦ୍ଧତି କ୍ଷକଙ୍କୁ ଦେଖାଇବା,କ୍ଷକଙ୍କୁ ନୂତନ ଶିକ୍ଷା ପଦ୍ଧତି ଶିଖାଇବା,ଛାତ୍ରଛାତ୍ରୀଙ୍କ ସହ ଆନନ୍ଦମୟ ପାଠ ପ୍ରଦାନ,ପାଠ ଫଳାଫଳ ସମୀକ୍ଷା କରି ମତାମତ , କିନ୍ତୁ ଯାଦୁ ପେଡ଼ି ପାଠରେ ଶିକ୍ଷକଙ୍କୁ ଶିଖାଇବା ଓ ପ୍ରେରଣା ଦେବା ପାଇଁ ପାଠ ପଢ଼ାନ୍ତି ସିଆରସିସି ଙ୍କ ମାର୍ଗଦର୍ଶନରେ ପିଲାଙ୍କୁ ସହଜରେ ବୁଝାଇବାକୁ ପାରୁଛୁ।”ସିଆରସିସି ମଧ୍ୟ କହିଛନ୍ତି ଯେ, ଏହି ପଦ୍ଧତି ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ଆଗାମୀ ଦିନରେ ଏହାକୁ ଅଧିକ ବିସ୍ତାର କରାଯିବ। ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ସିଆରସିସି ର ଶୈକ୍ଷିକ ଚିନ୍ତାଧାରାକୁ ଧନ୍ୟବାଦ ଅର୍ପଣ କରିଥିଲେ।

