ରାଉରକେଲା:10//2,(ଉତ୍କଳ ସମାଚାର)କେନ୍ଦ୍ରୀୟ ଦୋଳ ମେଲଣ ସମିତି ରାଉରକେଲା ର ବାର୍ଷିକ ସାଧାରଣ ବୈଠକ ସେକ୍ଟର ୧୫ ସ୍ଥିତ ଥାନପତି ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ସମିତି ର ପ୍ରାୟ ୭୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ସଭ୍ୟ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସମିତି ର ଅଧ୍ୟକ୍ଷ ହରିହର ରାଉତରାୟ ଅଧ୍ଯକ୍ଷତା କରିଥିଲେ। ସଭାରେ ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁ ଚରଣ ବିଶ୍ୱାଳ, ଈଶ୍ବର ଭଞ୍ଜ, ପର୍ଶୁରାମ ପୋଥାଳ ଓ ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଗତବର୍ଷ ର ସଭାପତି ଚୌଧୁରୀ ବିଜୟ ପଟ୍ଟନାୟକ ମେଳଣ ସମ୍ବନ୍ଧୀୟ ବିବରଣୀ ଉପସ୍ଥାପନ କରିଥିଲେ। ଗତବର୍ଷ ଦୋଳ ମେଲଣ ବେଶ୍ ହର୍ଷୋଲ୍ଲାସ ସହ ପାଳିତ ହୋଇଥିଲା ଓ ଏଥିରେ ସମିତି ର ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ। ଗତବର୍ଷ ୩୩ ଟି ଦୋଳ ବିମାନ ମେଳନ ପଡିଆ କୁ ଆସିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମସ୍ତ ପୂଜାର୍ଚ୍ଚନା,ଆଳତୀ ଆଦି ବେଶ୍ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ନେଇ ସୂଚନା ଦେଇଥିଲେ।କୋଷାଧ୍ୟକ୍ଷ ଦିଲୀପ କୁମାର ସାହୁ ଙ୍କୁ ଗତବର୍ଷ ର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ।ଉପସ୍ଥାପିତ ହିସାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। କିଛି ସଦସ୍ୟ ଦେୟ ରସିଦ ବହି ଫେରାଇ ନଥିବା ନେଇ ଉଦବେଗ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଏ ନେଇ କଡା ଆଭିମୁଖ୍ୟ ଗ୍ରହଣ ଉପରେ ସହମତି ପ୍ରକାଶ ପାଇଥିଲା। ସାଧାରଣ ସମ୍ପାଦକ ପ୍ରଶାନ୍ତ ସାମଲ ସମସ୍ତ ଙ୍କ ସହଯୋଗ ଯୋଗୁଁ ଦୋଳ ମେଲଣ ସମିତି ପଶ୍ଚିମ ଓଡ଼ିଶା ରେ ନିଜ ର ସଂସ୍କୃତି ଓ ପରମ୍ପରା ବଜାୟ ରଖି ବେଶ୍ ପ୍ରତିଷ୍ଠା ଲାଭ କରିଛି। ଦୀର୍ଘ ୧୨ ବର୍ଷ ଧରି ଏହି କାର୍ଯ୍ୟକ୍ରମ ସୂଚାରୁ ଆୟୋଜନ ହୋଇ ଆସୁଛି। ଚଳିତ ବର୍ଷ ଦୋଳ ମେଲଣ ପାଇଁ ସମୟ ଅବଧି କମ୍ ରହିଯିବା ସହ କମିଟି ଗଠନ ନେଇ ସହମତି ନ ହେବାରୁ ପ୍ରତିଷ୍ଠାତା ସଦସ୍ୟ ଓ ଅଧ୍ଯକ୍ଷ ଙ୍କ ଦ୍ଵାରା ଚଳିତବର୍ଷ ଦୋଳ ମେଲଣ ସଂପନ୍ନ ହେବା ନେଇ ସ୍ଥିରିକୃତ ହୋଇଥିଲା। ଶେଷରେ ପ୍ରତିଷ୍ଠାତା ସଦସ୍ୟ ଈଶ୍ୱର ଭଞ୍ଜ ଧନ୍ୟବାଦ ପ୍ରସ୍ତାବ ଦେବା ସହ ସଭା ଭଙ୍ଗ କରାଯାଇଥିଲା।

