ନବରଙ୍ଗପୁର ଜିଲ୍ଲାର. ନରସିଂବାଘ. (ଉତ୍କଳ ସମାଚାର)୧୦/୦୨:ଆଜି ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରୀଗାଁ ଓ ଚନ୍ଦାହାଣ୍ଡି—ଏହି ୪ଟି ବ୍ଲକରେ ସମ୍ପୂର୍ଣ୍ଣ ବନ୍ଦ ସଫଳତାର ସହିତ ପାଳିତ ହୋଇଛି। ସଂଗ୍ରାମୀ ମଞ୍ଚ ତରଫରୁ ଦିଆଯାଇଥିବା ବନ୍ଦ ଡାକରାକୁ ନେଇ ସକାଳୁ ଦୋକାନ ବଜାର, ଯାନବାହନ ଚଳାଚଳ ଓ ବ୍ୟବସାୟିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ପ ରହିଥିଲା।ଏହି ବନ୍ଦର ମୁଖ୍ୟ ଦାବି ଥିଲା—ଉମରକୋଟରେ ସରକାରୀ ମେଡିକାଲ କଲେଜ ସ୍ଥାପନ, ଉମରକୋଟକୁ ସ୍ୱତନ୍ତ୍ର ସବ୍-ଡିଭିଜନ ମାନ୍ୟତା ପ୍ରଦାନ ଏବଂ ଦୀର୍ଘଦିନ ଧରି ଚାଲିଆସୁଥିବା ଜମି ବନ୍ଦୋବସ୍ତ ସମସ୍ୟାର ସ୍ଥାୟୀ ସମାଧାନ।ଅଞ୍ଚଳରେ ଯଥେଷ୍ଟ ଚିକିତ୍ସା ସୁବିଧା ନଥିବାରୁ ଗୁରୁତର ରୋଗୀମାନେ ଦୂରସ୍ଥ ଜିଲ୍ଲା ଓ ରାଜ୍ୟକୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଆସୁଛି। ଏହି କାରଣରୁ ଉମରକୋଟରେ ସରକାରୀ ମେଡିକାଲ କଲେଜ ସ୍ଥାପନ ଦାବି ଅଞ୍ଚଳବାସୀଙ୍କ ପ୍ରମୁଖ ଦାବି ରୂପେ ଉଭୟାସିଛି।ବନ୍ଦ ଅବସରରେ ସଂଗ୍ରାମୀ ମଞ୍ଚର ପକ୍ଷରୁ ଏକ ଦାବିପତ୍ର ସତନ୍ୟ ବିଡିଓଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡ଼ିକୁ ଶୀଘ୍ର ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ସଂଗ୍ରାମୀ ମଞ୍ଚ ତରଫରୁ ଦାବି କରାଯାଇଛି
