ଶାସ୍ତ୍ରୀ ଛକରେ ଅନାବରଣ, ‘ଜୟ ଯବାନ-ଜୟ କିଷାନ’ ନାରାକୁ ମନେ ପକାଇଲେ
ରାଉରକେଲା:10//2,(ଉତ୍କଳ ସମାଚାର) ରାଉରକେଲା ଶାସ୍ତ୍ରୀ ଛକଠାରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଏକ ନୂତନ ପ୍ରତିମୂର୍ତ୍ତି ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନର ପଲ୍ଲବୀ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଶାସ୍ତ୍ରୀ ଛକ ଆବାସିକ ସଂଘର ସଭାପତି ହରିଓମ ବଂଶଲ ଓ ସମ୍ପାଦକ ସୁରେଶ କେଜ୍ରିୱାଲ, ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସର ସଭାପତି ସି.ଏ. ପବନ ଅଗ୍ରୱାଲ ଏବଂ ତାଙ୍କ କାର୍ଯ୍ୟକାରିଣୀ ସଦସ୍ୟ ବିକାଶ ବିନ୍ଦଲ ଓ ସି.ଏ. ନିଖିଲ ଅଗ୍ରୱାଲଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ।ଖ୍ୟ ଅତିଥି ପଲ୍ଲବୀ ନାୟକ ନିଜ ସମ୍ବୋଧନରେ କହିଥିଲେ ଯେ, ଭାରତୀୟ ରାଜନୀତି ଓ ସମାଜ ପ୍ରତି ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅବଦାନ ଅବିସ୍ମରଣୀୟ। ଶାସ୍ତ୍ରୀଜୀଙ୍କ ପ୍ରସିଦ୍ଧ ନାରା ‘ଜୟ ଯବାନ-ଜୟ କିଷାନ’ ଆଜି ମଧ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି ଏବଂ ଦେଶବାସୀଙ୍କ ପାଇଁ ଏକ ମାର୍ଗଦର୍ଶକ ସଦୃଶ ବୋଲି ସେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଦେବାଂଶ ଅଗ୍ରୱାଲଙ୍କ ବିଶେଷ ଅବଦାନ ରହିଥିଲା। ନୂତନ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ଏଥିପାଇଁ କରାଯାଇଥିବା ପ୍ରୟାସକୁ ସମସ୍ତ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ସ୍ଥାନୀୟ ନାଗରିକ ଓ ସଂଗଠନଗୁଡ଼ିକୁ ଏକ ମଞ୍ଚକୁ ଆଣିବା ସହ ଶାସ୍ତ୍ରୀଜୀଙ୍କ ସ୍ମୃତିକୁ ଜୀବନ୍ତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

