କେନ୍ଦୁଝର:10//2,(ଉତ୍କଳ ସମାଚାର) ଜିଲ୍ଲା କୋଷାଗାର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ବିଭାଗର ବିତରଣ ଅଧିକାରୀ (DDO)ଙ୍କ ଅଂଶଗ୍ରହଣଏନପିଏସ୍ ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ କେନ୍ଦୁଝର, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ ଠାରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନସ୍ଥ କୋଷାଗାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା କୋଷାଗାର ପକ୍ଷରୁ ଦକ୍ଷତା ବିକାଶ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରାଇବା ସହ ଏନପିଏସ (NPS)କୁ ନେଇ ଅଧିକ ସଚେତନତା ସୃଷ୍ଟି କରିବ। ଏହାଦ୍ଵାରା ପ୍ରତ୍ୟେକ କାର୍ଯ୍ୟାଳୟରେ ଅଧିକାରୀ ଏବଂ କର୍ମଚାରୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଉପକୃତ ହେବେ।ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା କୋଷାଗାର ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ, ଭୁବନେଶ୍ୱର ପଙ୍କଜ କୁମାର ମହାନ୍ତ ଏନପିଏସ୍ ସମ୍ପର୍କିତ ବିଭିନ୍ନ ବୈଷୟିକ ତଥ୍ୟ ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିତରଣ ଅଧିକାରୀ (DDO) ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ସମ୍ବନ୍ଧୀୟ ବିଭିନ୍ନ ଜଟିଳ ପ୍ରଶ୍ନର ସରଳ ସମାଧାନ ସମ୍ପର୍କିତ ଏକ ମାର୍ଗଦର୍ଶିକା ସଭିଙ୍କୁ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ଡିଡିଓ (DDO) ମାନଙ୍କ ନିମନ୍ତେ ତା୦୯.୦୨.୨୦୨୬ରିଖ ଠାରୁ ତା୧୩.୦୨.୨୦୨୬ରିଖ ପର୍ଯ୍ୟନ୍ତ ଏନପିଏସର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ ହେଉଛି।ଏହି ଅବସରରେ କେନ୍ଦୁଝର ଜିଲ୍ଲା କୋଷାଗାରରେ ଏକ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (Helpdesk) ଖୋଲାଯାଇଛି। ଏଠାରେ ରାଷ୍ଟ୍ରୀୟ ପେନସନ୍ ଯୋଜନା ସମ୍ବନ୍ଧୀୟ ସମସ୍ତ ସନ୍ଦେହ ଦୂର କରାଯିବା ସହ ବିଭିନ୍ନ ସମସ୍ୟାର ତ୍ଵରିତ ସମାଧାନ କରାଯିବ। ଏହି ସେବା ସପ୍ତାହର ସୁଯୋଗ ନେବା ପାଇଁ ସମସ୍ତ କର୍ମଚାରୀ ଏବଂ ଡିଡିଓମାନଙ୍କୁ କୋଷାଗାର ପକ୍ଷରୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଜିଲ୍ଲାପାଳଅଧିକାରୀ ଶ୍ରୀ କୁମାର ନାଗଭୂଷଣ,ଅତିରିକ୍ତ ଜିଲ୍ଲା କୋଷାଗାର ଅଧିକାରୀ ଏସ. ହିମାନୀ, କାର୍ଯ୍ୟାଳୟର ଅଡିଟର ଚିନ୍ମୟ ପ୍ରଧାନ, କନିଷ୍ଠ ସହାୟକ ଆର୍ତ୍ତସାରଥୀ ପଟ୍ଟନାୟକ ଙ୍କ ସମେତ ବିଭାଗ ର ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।
