ରାଜଗାଙ୍ଗପୁର 10/2/26(ଉତ୍କଳସମାଚାର) ଗ୍ରାମବାସୀ ଙ୍କୁ ନିଜ ବିବାହ ଭୋଜି ଦେବା ପାଇଁ ଗଛ କାଟିଵା ସମୟ ରେ ବିଦ୍ୟୁତ ତାର ଲାଗି ଯୁବକ ଙ୍କ ମୃତ୍ୟୁ କୁ ନେଇ ଅଞ୍ଚଳ ରେ ଶୋକର ଛାୟା ଖେଳିଵା ସହ ଉତ୍ତେଜନା ଦେଖା ଦେଇଛି l ଆଜି ଦିନ ସକାଳ 11 ଟା ସମୟରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିବେର୍ଣା ନିକଟ କ୍ଷୀରା ମୁତା ଗ୍ରାମର ବିନୋଦ ମାଝୀ (26 ବର୍ଷ୍ୟ) ନିଜ ବିଵାହ ଭୋଜି ଗ୍ରାମବାସୀ ଙ୍କୁ ଦେବା ପାଇଁ ଧରୁଡାଆ ଗ୍ରାମର ରାସ୍ତା ଉପରେ ଥିବା ଜାମୁ ଗଛ ଡାଳ କାଟିବା ପାଇଁ ଯାଇଥିଲେ l ଗଛରେ ଚଢି ଡାଳ କାଟିବା ସମୟରେ ଗଛ ନିକଟ ଦେଇ ଯାଇଥିବା 33 କେଭି ବିଦ୍ୟୁତ ତାର ଯାଇ ଥିଲା l ନିକଟରେ ବିଦ୍ୟୁତ ତାର ଥିବା ଜାଣି ପାରି ନଥିଲା ବିନୋଦ ମାଝୀ ଗଛ କାଟିବା ସମୟ ରେ ଗଛର ଗୋଟି ଡାଳ ଟି କଟି ଗଛ ରେ ଲାଗି ଵା ସହ ବିଦ୍ୟୁତ ତାରରେ ସଂଯୋଗ ହୋଇ ଯାଇଥିଲା l ଯାହା ଫଳରେ ବିଦ୍ୟୁତ ଆଘାତ ରେ ଗଛ ଉପରେ ଲାଗି ଝୁଲନ୍ତା ଅବସ୍ଥାରେ ରହି ମୃତ୍ୟୁ ବରଣ କରିଥିଲା l ଘଟଣା ସ୍ଥଳର ସ୍ଥାନୀୟ ଲୋକମାନେ ଦେଖି ପୋଲିସ କୁ ଖବର ପ୍ରଦାନ କରି ଥିଲେ l ପୋଲିସ ଘଟଣା ସ୍ଥାଳ ରେ ପହଞ୍ଚି ଶବ କୁ ଗଛ ଉପରୁ ବହୁ ଅସୁବିଧା ରେ ତଳକୁ ନେଇ ଆସି ଥିଲେ l ସ୍ଥାନୀୟ ଲୋକ ମାନେ ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଏପରି ଦ୍ରୁଘଟଣା ଘଟି ଅଛି ବୋଲି ତାହା ଉପରେ କ୍ଷତି ପୂରଣ ପାଇଁ ଦାବୀ ଉପସ୍ଥାପନା କରି ଶବକୁ ଗଛ ପାଖରେ ରଖି ଆନ୍ଦୋଳନ କରିଛନ୍ତି l ରିପୋର୍ଟ ଲେଖିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନାହିଁ ଉତ୍ତେଜନା ଲାଗି ରହିଛି l

