ରାଉରକେଲା,୧୬/୧,(ଉତ୍କଳ ସମାଚାର):ପୂଜ୍ୟପୂଜା ପରମ୍ପରା ରକ୍ଷା ସହ ବିଶିଷ୍ଟ ବ୍ୟକ୍ତିଙ୍କ ବାବଦରେ ଉତ୍ତରପିଢିଙ୍କୁ ଅବଗତ କରାଇବା ପାଇଁ ସକଳ ସ୍ତରରୁ ଉଦ୍ୟମ ଜାରି ରହିବା ଉଚିତ ll ଶନିବାର ପୂର୍ବାହ୍ନରେ ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ,ପ୍ରାକ୍ତନ ସାଂସଦ, ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲାର ସୁପରିଚିତ ଜନନେତା ସ୍ବର୍ଗତ ଧନଞ୍ଜୟ ମହାନ୍ତିଙ୍କର ୩୫ ତମପୂଣ୍ୟତିଥୀ ଅବସରରେ ଏପରି ମତପ୍ରକାଶ ପାଇଛି ll ଧନୁବାବୁଙ୍କ ୩୫ ତମ ଜୟନ୍ତୀ ଉପଲକ୍ଷେ ଏହି ସମାବେଶ ସିଭିଲ ଟାଉନ ସ୍ଥିତ ସ୍ମୃତି ଉଦ୍ୟାନରେ ଆୟୋଜିତ ହୋଇଥିଲା ll ଧନଞ୍ଜୟ ମହାନ୍ତି ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ନିମନ୍ତ୍ରିତ ଅତିଥି, ଟ୍ରଷ୍ଟ ସଦସ୍ୟ ବୃନ୍ଦ ଓ ଶୁଭେଛୁ ମାନେ ସ୍ବର୍ଗତ ଧନଞ୍ଜୟ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ll ପରେ ପରେ ଅନୁଷ୍ଠିତ ସ୍ମୃତି ସଭାରେ ଧନଞ୍ଜୟ ମହାନ୍ତି ସ୍ମାରକୀ ଟ୍ରଷ୍ଟର ସଭାପତି ବୈଦ୍ୟନାଥ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏହି କାର୍ଯ୍ୟକ୍ରମର ଉପକ୍ରମ ସହ ସ୍ୱାଗତ ଭାଷଣ ଦେଇଥିଲେ ଟ୍ରଷ୍ଟର ସାଧାରଣ ସମ୍ପାଦିକା ପୁଷ୍ପା ଲେଙ୍କା ll ଧନୁ ବାବୁଙ୍କ ଉପରେ ପ୍ରମୁଖ ଭାବେ ବକ୍ତବ୍ୟ ରଖିଥିଲେ ସନତ ପ୍ରଧାନ, ସବୀର ହୁସେନ ଓ ଅକ୍ଷୟ ସାହୁ ll ଏଥିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବର୍ଗତ ମହାନ୍ତି (ଧନୁ ବାବୁ)ଙ୍କ ସ୍ମୃତି ଚାରଣ ଅବସରରେ ସେତେବେଳର ଜନନେତାଙ୍କର ଦୂରଦୃଷ୍ଟି, ଲୋକାଭିମୁଖୀ ଚିନ୍ତନ ବାବଦରେ ବର୍ଣ୍ଣନା କରିଥିଲେ ll ସକଳ ଗୁଣ ଓ ଦକ୍ଷତାର ଅଧିକାରୀ ସ୍ବର୍ଗତ ମହାନ୍ତିଙ୍କ ସ୍ମୃତିରେ ରାଉରକେଲାର ଜଣାଶୁଣା ଓକିଲ ତଥା ବାର ଆସୋସିଏସନ ସଭାପତି ସଦାନନ୍ଦ ସାହୁ, ସାହିତ୍ୟିକ ଓ ସଂଗଠକ ରାଜୀବ ପାଣି, କ୍ରୀଡ଼ାବିତ ତଥା କଳିଙ୍ଗ ସ୍ପୋର୍ଟସ ଫେଡେରେସନର ଆବାହକ ସଞ୍ଜୟ ବବୁଟାଙ୍କୁ ବିଧାୟକ ଶ୍ରୀ ନାୟକ ସମ୍ମାନିତ କରିଥିଲେ ll ଏଥିସହ ଧନୁବାବୁଙ୍କ ଜୀବନବ୍ୟାପୀ ସାଧନାର ସମସ୍ତ ତଥ୍ୟ ଓ ସୂଚନା ତଥା ସମସ୍ତ କୀର୍ତ୍ତି ଆଧାରିତ ଏକ ସ୍ମରଣିକା ତିନିମାସ ମଧ୍ୟରେ ପ୍ରକାଶ କରିବାକୁ ବିଧାୟକ ଶ୍ରୀ ନାୟକ ଘୋଷଣା କରି ଏହାର ସଂଯୋଜନା ଏବଂ ପ୍ରସ୍ତୁତି ଦାୟିତ୍ୱ ସାହିତ୍ୟିକ ରାଜୀବ ପାଣିଙ୍କୁ ଦେଇଥିଲେ ll ପ୍ରାରମ୍ଭରେ ଦିବଙ୍ଗତ ନେତା କାନହୁ ଚରଣ ଲେଙ୍କା, ପ୍ରଶାସକ ସୁକୁମାର ମହାପାତ୍ର, ଆଦିତ୍ୟ ତ୍ରିପାଠୀ ଓ କମଳାକାନ୍ତ ଖୁଣ୍ଟିଆଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ll ସମାବେଶରେ ପୀତବାସ ମିଶ୍ର, ମନୋରଞ୍ଜନ ଦାଶ, ସୁନୀଲ କୟାଲ,ଦିଗାମ୍ବର ମହାନ୍ତି, ଗଗନ ପଣ୍ଡା, ଟିନା ପଣ୍ଡା, ସ୍ନେହା ଯୋଶୀ, ସାବିତ୍ରୀ ଜୟପୁରିଆ ଉପସ୍ଥିତ ଥିବା ବେଳେ ଟ୍ରଷ୍ଟ ପକ୍ଷରୁ ଏବଂ ଶୁଭେଛୁଙ୍କ ମଧ୍ୟରେ ନରେନ୍ଦ୍ର ବଳ, କୀର୍ତ୍ତନ ଦାସ,ବାସୁଦେବ ବାନାର୍ଜୀ, ପ୍ରଫୁଲ୍ଲ ନାୟକ, ଚନ୍ଦ୍ରଶେଖର ପାଢ଼ୀ, ଭକ୍ତି ସ୍ୱାଇଁ, ବିଶ୍ୱଜିତ ଜେନା, ପ୍ରଭାତୀ ପରିଡ଼ା, ପ୍ରଭୁ ସାହୁ, ଛବି ମହାନ୍ତି, ଏଟମ ରଥ, ସଞ୍ଜୁଲତା ଦାସ, ସୁଜାତା ପ୍ରଧାନ, ଡିମ୍ପଲ ସାହୁ, ବ୍ରଜେନ୍ଦ୍ର ମହାନ୍ତି, ବିନୋଦ ରାଉତ, ଅମଲେଶ ତ୍ରିପାଠୀ ଓ ଅନ୍ୟମାନେ ବ୍ୟବସ୍ଥାପନା ଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ll ଶେଷରେ ଶୈଳେନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ପୂର୍ବରୁ ଅପରାହ୍ନରେ ଏକ ଫୁଟବଲ ମ୍ୟାଚ ହେବା ସମ୍ପର୍କରେ ବାନାମ୍ବର ମହାନ୍ତି ଘୋଷଣା କରିଥିଲେ ll

