ରାଉରକେଲା:18//2,(ଉତ୍କଳ ସମାଚାର) ସେକ୍ଟର ୨୦ ନେହେରୁ ପଲ୍ଲୀ ସ୍ଥିତ କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜୟସିଂହ ଙ୍କ ଆବାହକତ୍ଵ ଓ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଡାକ୍ତର ଅମିତ ଦାସ ମୁଖ୍ୟଅତିଥି,ସିଦେଶ ର ନିର୍ଦ୍ଦେଶକ ତଥା ସମାଜସେବୀ ବିକାଶ ପାତ୍ର ସମ୍ମାନିତ ଅତିଥି, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା, ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଲିଲିମା ଜୟସିଂହ ସ୍ବତନ୍ତ୍ର ଅତିଥି ଋପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଶୃଙ୍ଖଳିତ, ସଂସ୍କାରିତ, ଶିକ୍ଷା ପ୍ରତି ପ୍ରତିବଦ୍ଧତା, ସାମାଜିକ ଦାୟିତ୍ୱବୋଧ, ଗୁରୁଜନଙ୍କୁ ସମ୍ମାନ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାପତିତ୍ବ ଅଭିଭାଷଣରେ ଶ୍ରୀ ନାୟକ ବିଦ୍ୟାଳୟର ଅଭାବ ଅସୁବିଧା ଓ ଅଭିଭାବକଙ୍କ କର୍ତ୍ତବ୍ୟବୋଧ ଉପରେ ତଥା ମଞ୍ଚ ସଂଯୋଜକ ଶ୍ରୀ ସ୍ବାଇଁ ଅତିଥି ମାନଙ୍କ ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସେହିପରି ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଝରଣା ଦାସ, ପ୍ରଭାସିନୀ ନାୟକ,ବିନିତା ଅଗ୍ରୱାଲ, ଦିପ୍ତୀମୟୀ ପରିଡ଼ା,ରୀୟା କୁମାରୀ, କାହ୍ନୁଚରଣ ପ୍ରଧାନ, ଦୁର୍ଗା ନାୟକ,ବର୍ଷାରାଣୀ ବରାଡ,ମୀନା ସାହୁ,ରିୟା ବଡାଇକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

