କେନ୍ଦୁଝର,20//2:(ଉତ୍କଳ ସମାଚାର) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମରେ ଫେବୃଆରୀ ୧୭ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ପ୍ରଭୂ ଆଖଣ୍ଡଳେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ବଡ ଧୁମ ଧାମ ରେ ପାଳନ କରାଯାଇଅଛି। ଏଥିରେ ୧୭ ତାରିଖ ରେ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୧୮ତାରିଖ ରେ ଶୁଭ ମଙ୍ଗଳ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ବୋହି ଯାଉଥିବା ଆରଡେଇ ନଦୀରୁ ୧ହଜାର ରୁ ଉର୍ଦ୍ଧ ସଂଖ୍ୟକ ଭକ୍ତ କଳସ ଯାତ୍ରାରେ କଳସଆଣିଥିଲେ। ୧୯ ତାରିଖ ରେ ଅଗ୍ନି ସ୍ଥାପନା ତଥା ବିଗ୍ରହ ମାନଙ୍କ ସ୍ନାନ,ଶୟନ ହୋଇଥିଲା। ସେହିଭଳି ୨୦ ତାରିଖରେ ହୋମ ଯଜ୍ଞ ଓ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ମନ୍ଦିରକୁ ପ୍ରବେଶ କରିଥିଲେ।ସମ୍ପାଦକ ବଲଭଦ୍ର ସାହୁ, ସଭାପତି ରବୀନ୍ଦ୍ର ନାଥ ସାହୁ,କୋଷାଧକ୍ଷ ନାରାୟଣସହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ୯ ଜଣ ପୁରୋହିତ ପୁରୀ ରୁ ଆସି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ବାବା ଆଖଣ୍ଡଳେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ନୀତିକାନ୍ତି କରି ପ୍ରାଣ ପ୍ରତିଷ୍ଠା କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ରେ ୫ ଜଣ ଦମ୍ପତି ସଂକଳ୍ପ କରିଥିଲେ। ସେମାନଙ୍କ ମଧ୍ୟରେ ବିପିନ ମିଶ୍ର ତାଙ୍କ ପତ୍ନୀ ସୁକାନ୍ତି ମିଶ୍ର, ଜୟଚନ୍ଦ୍ର ବେହେରା ତାଙ୍କ ପତ୍ନୀ ପ୍ରଣତି ବେହେରା,ଶିବାନନ୍ଦ ସାହୁ ତାଙ୍କ ପତ୍ନୀ ଲତିକା ସାହୁ,ସୁଫଳ କୁମାର ବେହେରା ତାଙ୍କ ପତ୍ନୀ ସଂଯୁକ୍ତା ବେହେରା,ରଞ୍ଜନ କୁମାର ବେହେରା ତାଙ୍କ ପତ୍ନୀ ରଶ୍ମିତା ବେହେରା ରହିଛନ୍ତି।ଏହି ପ୍ରତିଷ୍ଠା ଉତ୍ସବରେ ବହୁ ଦୂର ଦୁରାନ୍ତରୂ ପ୍ରାୟ ୩୦ହଜାର ରୁ ଉର୍ଦ୍ଧ ଭକ୍ତ ଆସି ବାବା ଆଖଣ୍ଡଳେଶ୍ୱରଙ୍କ ଭବ୍ୟ ମନ୍ଦିର ଦର୍ଶନ କରିବା ସହିତ ପ୍ରଭୁଙ୍କର ଆଶୀର୍ବାଦ ନେଇଥିଲେ।
