ନବରଙ୍ଗପୁର:25//2,(ଉତ୍କଳ ସମାଚାର)ନରସିଂବାଘ ଉତ୍କଳ ସମାଚାର ନବରଙ୍ଗପୁର ଜିଲ୍ଲା ର ରାଇଘର ବ୍ଲକ ଛତିଶଗଡ ସୀମାନ୍ତ ସମୀପରେ ଅବସ୍ଥିତ ମୈନପୁର କଳା ଅଞ୍ଚଳର ଫୁଲଝର ଡ୍ୟାମ୍ ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଝୁଲିଥିବା ଅବସ୍ଥାରେ ମିଳିବାରୁ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।ସକାଳ ସମୟରେ କିଛି ସ୍ଥାନୀୟ ଲୋକ ଡ୍ୟାମ୍ ରାସ୍ତା ଦିଆଁ ଯାଉଥିବାବେଳେ ଏକ ଆପାଚେ ବାଇକ (ନମ୍ବର– OD 24 J 8424) ରାସ୍ତା ପାଶେ ରଖାଯାଇଥିବା ଦେଖିଥିଲେ। ଏହା ପାଖରେ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲିଥିବା ଅବସ୍ଥାରେ ଦେଖାଯାଇଥିଲା। ଘଟଣା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ସୂଚନା ଯୋଗାଇଥିଲେ।ଖବର ପାଇ ମୈନପୁର ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ନିମ୍ନକରଣ କରି ତଦନ୍ତ ଆରମ୍ଭ କରିଥିଲେ। ପରେ ମୃତ ଯୁବକଙ୍କ ପରିଚୟ ଆଲେଖ ଚରଣ ଭକ୍ତ (ପିତା– କୃଷ୍ଣ ଚନ୍ଦ୍ର ଭକ୍ତ), ଗ୍ରାମ– ବଡ଼ାଭରଣ୍ଡି, ଜିଲ୍ଲା– ନବରଙ୍ଗପୁର, ଓଡିଶା ଭାବେ ହୋଇଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି।ସୂତ୍ର ଅନୁଯାୟୀ, ଉକ୍ତ ଯୁବକଙ୍କ ପରିବାର ପକ୍ଷରୁ ପୂର୍ବରୁ ଓଡିଶାରେ ଗୁମଶୁଦି ସମ୍ପର୍କିତ ଅଭିଯୋଗ ମଧ୍ୟ ଦାଖଲ ହୋଇଥିବା କୁହାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାର ସମସ୍ତ ପ୍ରାଙ୍ଗଣରୁ ତଦନ୍ତ ଜାରି ରଖିଛି।ଏହି ଅପ୍ରତ୍ୟାଶିତ ଘଟଣା ପରେ ମୈନପୁର କଳା ଓ ପାଖପାଖି ଅଞ୍ଚଳରେ ଚିନ୍ତା ଓ ଚର୍ଚ୍ଚାର ପରିବେଶ ଦେଖାଦେଇଛି। ପୁଲିସ ପକ୍ଷରୁ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସୂଚନା ମିଳିଛି। ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ସ୍ପଷ୍ଟ ଚିତ୍ର ପ୍ରକାଶ ପାଇବ ବୋଲି ପୁଲିସ
