ରାଜଗାଙ୍ଗପୁର 17/3/26,(ଉତ୍କଳ ସମାଚାର)ସୋମବାର (ସୁବାଷ ବେହେରା) ଓଡିଶା ପଞ୍ଚାୟତ 1964ଧାରା 55/(1)ଅନୁଯାଇ ଗ୍ରାମପଞ୍ଚାୟତ ଆଇନ ଧାରା ପ୍ରତି ସଂଖ୍ୟା 75 ତାରିଖ 11/2/26 ରେ କୁରୁମୁର ପଞ୍ଚାୟତ ର ଲମଲୋଇ ସ୍ଥିତ ଓସିଏଲ ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡ଼ ର ବ୍ୟବସାୟୀକ ଶୁକ୍ଳ ନିର୍ଦ୍ଧାରିତ କରାଯିବା ପାଇଁ 16/3/26 ରେ ସ୍ୱତନ୍ତ୍ର ଗ୍ରାମ ସଭା ରେ ମତାମତ ନେବା ପାଇଁ କୁନମୁରୁ ପଞ୍ଚାୟତ ର ସରପଞ୍ଚ ଆରତୀ ଟପ୍ପୋ ସର୍ବ ସାଧାରଣ ଏବଂ କାରଖାନା ର କୃତପକ୍ଷ ଙ୍କୁ ଅବଗତ ନିମନ୍ତେ ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ଉପସ୍ଥିତ ପାଇଁ ନୋଟିସ ଜାହିର କରିଥିଲେ l ନୋଟିସ ର ନିର୍ଦ୍ଧାରିତ ସମୟ ଏବଂ ତାରିଖରେ କୁରୁମୁର ପଞ୍ଚାୟତ ପରିସର ରେ ରାଜଗାଙ୍ଗପୁର ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଅକ୍ଷୟ କୁମାର ବାଗ ଙ୍କ ଉପସ୍ଥିତି ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ କରା ଯାଇଥିଲା l ପୂର୍ବତନ ସରପଞ୍ଚ ସରପଞ୍ଚ ବସନ୍ତ କୁମାର ଟପ୍ପୋ ଶୁଶିଲା ଟପ୍ପୋ ଗ୍ରାମ ପଞ୍ଚାୟତ ର ୱାର୍ଡ କାଉନସିଲର ଏବଂ ପଞ୍ଚାୟତ ର ବହୁତ ଜନସାଧାରଣ ଉପସ୍ଥିତ ରେ ଓ ଆଇ ଏସଏଲ କାରଖାନାର ମାନବ ସମ୍ବଳ ମୁଖ୍ୟ ପରିଚାଳକ ରାଜୀବ କୁମାର ଏବଂ ପ୍ରବୀଣ ସିଙ୍ଗ ଉପସ୍ଥିତ ରହି କମ୍ପାନୀ ର ସ୍ଥିତି ଉପରେ ମତାମତ ଦେଇ ବନ୍ଦ କାରଖାନା କୁ ଚାଲୁ କରିବା ପାଇଁ କଠିନତା ପରିବେଶ ସନ୍ତୁଳନ ପାରିପାର୍ଶ୍ୱକ କାର୍ଯ୍ୟକ୍ରମ ଅଂଚଳର ବିକାଶ ଉପରେ ବିଶେଷ ଧ୍ୟାନ ଦେଇ ଆସୁଅଛୁ ଆଗକୁ କାରଖାନାର ପାରିପାର୍ଶ୍ଵିକ ଗ୍ରାମ ଗୁଡିକ ର ବିକାଶ ମୂଳକ କାର୍ଯ୍ୟକ୍ରମ କମ୍ପାନୀ କୃତପକ୍ଷ ବିଶେଷ ଧ୍ୟାନ ଦେଇଛନ୍ତି ବୋଲି କମ୍ପାନୀ ର ମୁଖ୍ୟ ପରିଚାଳକ ରାଜୀବ କୁମାର ମତବ୍ୟକ୍ତ କରିଥିଲେ l ଉପସ୍ଥିତ ଜନ ସାଧାରଣ ଉପ୍ତାଦିତ ସାମଗ୍ରୀ ଉପରେ ବ୍ୟବସାୟିକ ଶୁକ୍ଳ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ l

