ରାଉରକେଲା:17//3,(ଉତ୍କଳ ସମାଚାର) ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ର ପ୍ରଥମ ସନ୍ଧ୍ୟାରେ ପ୍ରତିବିମ୍ବ ଅନୁଷ୍ଠାନର ପ୍ରଭାକର ପାତ୍ର ରଚିତ ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶନାରେ ନାଟକ ହେଲୋ ନିଲେଶ ମଞ୍ଚସ୍ଥ ହୋଇଯାଇଛି। ସିଭିକ ସେଣ୍ଟର୍ ଠାରେ ଆୟୋଜିତ ଏହି ନାଟ୍ୟ କାର୍ଯ୍ୟକ୍ରମରେ ଝିଲିମା ମହାନ୍ତିଙ୍କ ମଞ୍ଚ ସଂଯୋଜନାରେ ଅତିଥି ଭାବେ ଆରଏସପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକ୍ଷକ ପ୍ରମୋଦ କୁମାର ସାହୁ,ନାଟ୍ୟକାର ପ୍ରଫେସର ଡ ସମର ମୁଦାଲି , ଆରଏସପିର ବରିଷ୍ଠ ଅଧିକାରୀ ରାଜକିଶୋର ଧାରୁଆ, ଚଳଚ୍ଚିତ୍ର ପ୍ରଯୋଜକ ସଲିଳ ବୋଷ , ଜିଏନ୍ ଆଗ୍ରୋଭେଟ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ ରାଉଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ସୋମନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ । ହେଲୋ ନିଲେଶ ନାଟକର ମୁଖ୍ୟ ବିଷୟବସ୍ତୁ ହେଲା ପ୍ରତ୍ୟେକ ସମ୍ପର୍କର ମୂଳମନ୍ତ୍ର ହେଲା ଵିଶ୍ଵାସ ଆଉ ଭରସା। ଯାହା ପାଇବା ପାଇଁ ହେଲେ ସାରା ଜୀବନ କମ୍ ପଡ଼ିଯାଏ, କିନ୍ତୁ ହରେଇବା ପାଇଁ ଗୋଟିଏ ମୁହୂର୍ତ ଲାଗେ । ଭଲ ପାଇବା ର ମୁଦ୍ରାରେ ଦୁଇଟି ପାର୍ଶ୍ବ, ଗୋଟିଏ ଵିଶ୍ଵାସ , ଏବଂ ଅନ୍ୟଟି ସନ୍ଦେହ । ବିଶ୍ଵାସରେ ହିଁ ଭଲ ପାଇବାର ରଙ୍ଗ ଗାଢ଼ ହେଇଥାଏ ! ଆଉ ଜୀବନର ଥରେ ସନ୍ଦେହର ନିଆଁ ଲାଗିଗଲେ ସବୁ ହସ ଖୁସି ସ୍ବପ୍ନକୁ ଜାଳି ପୋଡ଼ି ପାଉଁଶ କରିଦେଇଥାଏ । ଗୋଟେ ମିଛ ନାଟକ ଯେ ବେଳେ ବେଳେ ଜୀବନରେ ଏତେ ଭୟଙ୍କର ରୂପ ନେଇ ପାରେ, ଏହାକୁ ନେଇ ଗତିଶୀଳ ହୋଇଛି ନାଟକ ହେଲୋ ନିଲେଶ। ଏହି ନାଟକରେ ପ୍ରଣବ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ , ସୁଶାନ୍ତ କୁମାର ମହାନ୍ତି, ଅଶୋକ କୁମାର ରାଉତ, ଚିନ୍ମୟ କୁମାର ବେହେରା, ସରୋଜିନୀ ସ୍ୱାଇଁ,ଗାୟତ୍ରୀ ବିଶୋଇ,ନୈନା ମହାନ୍ତି ପ୍ରମୁଖ ଅଭିନୟ କରିଥିବା ବେଳେସଙ୍ଗୀତ ରେ ଅମୂଲ୍ୟ କୁମାର ବିଶୋଇ, ମଞ୍ଚସଜ୍ଜା ରେ ଉମାକାନ୍ତ ବିଶୋଇ ଓ ଭୀଷ୍ମ ନାରାୟଣ ସ୍ୱାଇଁ, ଗୀତ ଓ ସ୍ଵର ସଂଯୋଜନାରେ ପ୍ରେମ ଆନନ୍ଦ,କଣ୍ଠରେ ସବିଶେଷ ମିଶ୍ର ,ରୂପସଜ୍ଜା ରେ ହରିହର ବଳ, ତଥା ମଞ୍ଚ ପରିଚାଳନାରେ ଦୀପକ କୁମାର ମହାନ୍ତି , ସାଗର ମୁଣ୍ଡା , ଶିଶିର କୁମାର ଦାସ, ଅଶୋକ କୁମାର ଦାସ , ଶିରୋମଣି ହରୋ , ସଂଧ୍ୟାରାଣୀ ଦାସ ,ପ୍ରଜ୍ଞା ପାରମିତା ରାଉତ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଦୀପକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

