କେନ୍ଦୁଝର :17//3,(ଉତ୍କଳ ସମାଚାର)ବିଶ୍ୱ ରେ ଯୁଦ୍ଧ ର ବିଭୀଷିକା ସୃଷ୍ଟି ହୋଇଥିବାବେଳେ କେନ୍ଦୁଝର ରେ ମଧ୍ୟ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ଗୁଡିକ କୃତ୍ରିମ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବାରେ ଲାଗିପଡିଛନ୍ତି, ଯଦ୍ୱାରା ସାଧାରଣ ଜନତା ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବିଗତ ମାସମାନଙ୍କରୁ, କୌଣସି ଅଭ୍ୟନ୍ତରୀଣ ମାମଲା ହେଉ କି ପରିଚାଳନାଗତ ଅପାରଗତା ହେଉ ଜିଲ୍ଲାର ତଥା କେନ୍ଦୁଝର ଜୋନ ର ପ୍ରାୟ ଅଧିକାଂଶ ଶାଖା ମାନଙ୍କରେ କ୍ୟାସ ର ଘୋର ଅଭାବ ଦେଖା ଦେଇଛି ଯାହାର ପରିଣାମ ରେ ବହୁ ଏଟିଏମ ମାନଙ୍କରେ ନଗଦ ଟଙ୍କା ନାହିଁ ଲୋକଙ୍କୁ ଏଟିଏମ ରୁ ଖାଲି ହାତରେ ଫେରିବାକୁ ପଡୁଛି, ଏପରିକି ଅନେକ ଶାଖାମାନଙ୍କ କ୍ୟାସ କାଉଣ୍ଟର ରେ ମଧ୍ୟ ପର୍ଯ୍ୟାପ୍ତ କ୍ୟାସ ନଥିବାରୁ ଅନେକ କୃଷକ, ସୁଭଦ୍ରାହିତାଧିକାରୀଣୀ, ଏବଂ ଡିବିଟି ମାଧ୍ୟମରେ ଉପକୃତ ହୋଇଥିବା ଲାଭର୍ଥୀ ମାନେ ନିରାଶ ହେଉଥିବାର ଦୃଶ୍ୟମାନ ହେଉଛି, କିଛି କିଛି ଶାଖା ମାନଙ୍କ ରେ ଛୋଟମୋଟ ଯୁକ୍ତିତର୍କ ମଧ୍ୟ ହେଉଥିବାର ଖବର ମିଳୁଛି, ବ୍ୟାଙ୍କ ଅଫ ଇଣ୍ଡିଆ ର ମୁଖ୍ୟ ଚେଷ୍ଟ କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କାହିଁକି କରେନସି ମାସ ମାସ ଧରି ଦେଉନାହିଁ ତାହା ଜୋନାଲକାର୍ଯ୍ୟାଳୟ ର କାର୍ଯ୍ୟଦକ୍ଷତା ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ସେହିପରି ଷ୍ଟେଟବ୍ୟାଙ୍କ ର ଅବସ୍ଥା ମଧ୍ୟ ଦୟନୀୟ ହୋଇପଡିଛି, ଯୁଦ୍ଧ ସମୟରେ ଦେଖାଯାଉଥିବା ବିଭିନ୍ନ ସଙ୍କଟ ପରି କେନ୍ଦୁଝର ରେ କୃତ୍ରିମ ସଙ୍କଟ ସୃଷ୍ଟି କରାଯାଉଥିବାର ସାଧାରଣ ନାଗରିକ ମତ ବ୍ୟକ୍ତ କରୁଛନ୍ତି, ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଶାଖା ତୁରନ୍ତ ହସ୍ତକ୍ଷେପ କରିବାକୁ ଜିଲ୍ଲାର ନାଗରିକ ମାନେ ଦୃଷ୍ଟି ଆକର୍ଷଣ କରୁଛନ୍ତି

