ପାପଡାହାଣ୍ଡି -18:3:26-(ଉତ୍କଳ ସମାଚାର)ଆଜି ସନ୍ଧ୍ୟା ସମୟରେ ପାପଡାହାଣ୍ଡି ଅଂଚଳରେ ଭଲ ବର୍ଷା ହୋଇଛି, ଚଳିତ ବର୍ଷା ଟି ଅଂଚଳ ପାଇଁ ଏହି ବର୍ଷ ର ପ୍ରଥମ ବଡ଼ ବର୍ଷା ହୋଇଥିବା ବେଳେ ଖରା ମକା ଚାଷୀଙ୍କୁ ଏହା ସଂଜୀବନୀ ଯୋଗାଇଛି l କରଣ ବର୍ତମାନ ଖରା ର ପ୍ରକୋପ ଦିନକୁ ଦିନ ବଢ଼ୁଥିବା ରୁ ନଦୀ, ନାଳ ପ୍ରଭୁତି ଶୁଖିଲା ହୋଇ ଯାଉଥିଲା l ଅଂଚଳ ର ଚାଷୀ ନଦୀତଟ ଚାଷଜମି ମାନଙ୍କରେ ମକା ଚାଷ କରିଥିବା ରୁ ବର୍ତମାନ ମକା ଗଛ ରେ ଫୁଲ ବାହାରିବା ସମୟ ତେଣୁକରି ଏହି ବର୍ଷା ଟି ଚାଷୀଙ୍କ ମନରେ ଆଶ୍ବସ୍ତି ଆଣିଛି l ଆଜିର ଏହି ବର୍ଷା ଟି କିଛି ସମୟ କୁଆପଥର ସହିତ ପ୍ରାୟ ଏକ ଘଣ୍ଟା ଧରି ବର୍ଷା ହୋଇଛି, କୁଆପଥର ମାଡ଼ରେ ଅଂଚଳର ଖରାଟିଆ ପନିପରିବା ଚାଷୀ ପ୍ରଭାବିତ ହେବା ସମ୍ଭାବନା ରହିଛି l ବିଶେଷ କରି ଟମାଟୋ, ବୋଇତାଳୁ, କାକୁଡି, ବାଇଗଣ ଆଦି ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି l

