ସୁନ୍ଦରଗଡ ୧୮/୩,(ଉତ୍କଳ ସମାଚାର)କିଞ୍ଜିରିକେଲା ଥାନା ପକ୍ଷରୁ ଆଜି ୮୦୦ରୁ ଅଧିକ ବୋତଲ ନକଲି ବିଦେଶୀ ମଦ ଜବତ୍ କରାଯାଇଛି। ଏ ନେଇ କିଞ୍ଜିରିକେଲା ଥାନାରେ ବିପିଏସ୍ କେସ୍ ନଂ ୯୭/୨୬, ୯୮/୨୬, ୯୯/୨୬, ୧୦୦/୨୬, ଏବଂ ୧୦୧/୨୬ ଅନୁଯାୟୀ ମାମଲା ରୁଜୁ କରାଯିବା ସହିତ ଏଥିରେ ଜଡିତ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଗୌତମ ସାହୁ ପିତା – ବୈଦ୍ୟନାଥ ସାହୁ, ଛତ୍ରଭୁଜ ସାହୁ ପିତା – ଦୋଳଗୋବିନ୍ଦ ସାହୁ, ମୁକେଶ ବେହେରା ପିତା – ଚୁନୁ ବେହେରା, ଭୀମସେନ ସାହୁ ପିତା-ସ୍ୱର୍ଗତଃ ଦୋଳଗୋବିନ୍ଦ ସାହୁ ଏବଂ ବନମାଳୀ ବେହେରା ପିତା – ସ୍ୱର୍ଗତଃ ପୂର୍ଣ୍ଣ ଚନ୍ଦ୍ର ବେହେରା ବୋଲି ଚିହ୍ନଟ କରାଯାଇଛି। ସମସ୍ତେ କିଞ୍ଜିରିକେଲା ଗ୍ରାମର ବାସିନ୍ଦା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯାନ ସମୟରେ ବହୁ ପରିମାଣର ବେଆଇନ ମଦ ଜବତ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ୪୩୩ ବୋତଲ ବିୟର କ୍ୟାନ, ବିଭିନ୍ନ ବ୍ରାଣ୍ଡର ୩୯୮ ବୋତଲ ହ୍ୱିସ୍କି ଏବଂ ଭୋଡକା ଅନ୍ତର୍ଭୁକ୍ତ। ମାମଲାର ଅଧିକ ତଦନ୍ତ ଜାରି ରହିଛି।

