ରାଉରକେଲା;18//3, (ଉତ୍କଳ ସମାଚାର) ରାଉରକେଲା ସେକ୍ଟର 3 ସ୍ଥିତ ବାସନ୍ତୀ ପୂଜା ପଡିଆ ସଂଲଗ୍ନ ମା ତାରିଣୀ ମନ୍ଦିର ର ୨୬ତମ ବାର୍ଷିକ ଉତ୍ସବ ପୂର୍ବ ଘୋଷିତ ଅନୁସାରେ ଚୈତ୍ର ମଙ୍ଗଳବାର ମାର୍ଚ୍ଚ ୧୭ ତାରିଖ ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମା ଙ୍କ ବାର୍ଷିକ ଉତ୍ସବ ରେ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ ହୋଇଥିଲା। ଆଜି ଯଜ୍ଞ ମଣ୍ଡପ ରେ ଶତାଧିକ ମହିଳା ଓ ପୁରୁଷ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ପୂର୍ଣ୍ଣ ଆହୁତି ସମୟରେ ସମଗ୍ର ପରିବେଶ ମନ୍ତ୍ର ଧ୍ବନି, ହୁଳହୁଳି ଓ ହରିବୋଲ ରେ ପ୍ରକମ୍ପିତ ହୋଇଉଠିଥିଲା। ସମସ୍ତ ଭକ୍ତ ସମଗ୍ର ବିଶ୍ୱ ର ମଙ୍ଗଳ କାମନା କରି ଏହି ଯଜ୍ଞରେ ରେ ନାରିକେଳ ଆଦି ଆହୁତି ଦେଇଥିଲେ।ଚଳିତ ବର୍ଷ ମା ଙ୍କ ମନ୍ଦିର ରେ ନୂତନ ରଙ୍ଗ କାମ ସହ କାରୁକାର୍ଯ୍ୟ ଅତି ନିପୁଣ ସହ ହୋଇଥିବା ବେଳେ ଆଲୋକ ସାଜସଜ୍ଜା ମନ୍ଦିର ର ଶୋଭା କୁ ବୃଦ୍ଧି କରିଛି।। ଶିଳ୍ପୀ ର ତୁଳୀ ସ୍ପର୍ଶ ରେ ମନ୍ଦିର ରେ ଅବସ୍ଥାପିତ ମା ଙ୍କ ପ୍ରତିଟି ମୂର୍ତ୍ତି ଅତି ସୁନ୍ଦର ଓ ଶୋଭନୀୟ ହୋଇ ଉଠିଛି। ଭକ୍ତିମୟ ପରିବେଶ ରେ ସମସ୍ତ ଭକ୍ତ ମା ଙ୍କ ନିକଟରେ ନିଜ ପରିବାର ର ମଙ୍ଗଳ କାମନା କରୁଥିବା ଦୃଶ୍ୟମାନ ହୋଇଥିଲା ପୂର୍ଣ୍ଣ ଆହୁତି ପରେ ସମସ୍ତ ଭକ୍ତ ଙ୍କ ପାଇଁ ବାସନ୍ତୀ ପୂଜା ପଡିଆ ରେ ଭଣ୍ଡାରା ର ବ୍ୟବସ୍ଥା କରାଯାଇଥିଲା। ଏଥିରେ ରାଉରକେଲା ସେକ୍ଟର ଅଞ୍ଚଳ ସମେତ ଆଖପାଖ ର ପ୍ରାୟ ୪ ହଜାର ଭକ୍ତ ସାମିଲ ହୋଇ ସାମୁହିକ ପ୍ରସାଦ ସେବନ କରିଥିଲେ। ମନ୍ଦିର କମିଟି ର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ ରେ ସମସ୍ତ କାର୍ଯ୍ୟ ସୂଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିଲା।ମନ୍ଦିର କମିଟି ର ଅଧ୍ୟକ୍ଷ ସୁଧିର ସୁନ୍ଦର ରାୟ ପ୍ରତିକ୍ରିୟା ଦେଇ କହିଥିଲେ।

