ପାପଡାହାଣ୍ଡି:21//3,(ଉତ୍କଳ ସମାଚାର)ପାପଡ଼ା ହାଣ୍ଡି ବ୍ଲକ ସେମଳା କ୍ଲଷ୍ଟର ଡୁମୁରିପଦର ଓ ପକନାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସକ୍ରିୟ ଅଭିଯାନ ।ଶିଶୁ ବାଟିକା ପ୍ରବେଶ ଉତ୍ସବକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଘରେ ଘରେ ପହଞ୍ଚାଇବାର ଏକ ସଚେତନତା ଅଭିଯାନ ଡୁମୁରିପଦର ଓ ପ କନାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମରେ ସେମଳା କ୍ଲଷ୍ଟରର ସିଆରସିସି ବାବୁଲାଲଙ୍କ ନେତୃତ୍ୱରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ପ୍ରଭା ଓ ଶ୍ରୀମତୀ ସୁରେଖା ବାଘ ସକ୍ରିୟ ଭାବେ ଯୋଗଦେଇ ଅଭିଭାବକ ଓ ଅତିଥିମାନଙ୍କୁ ସ୍ୱୟଂ ଯାଇ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।ଏହି ଅଭିଯାନ ମାଧ୍ୟମରେ ୫+ ଓ ବୟସ୍କ ପିଲାମାନଙ୍କୁ ଶିଶୁ ବାଟିକାରେ ଭର୍ତ୍ତି ପାଇଁ ଅଭିଭାବକମାନଙ୍କୁ ସଚେତନ କରାଯାଇଥିଲା ଓ ସ୍କୁଲ୍ ପ୍ରତି ଆକର୍ଷଣ ବଢ଼ାଇବାରେ ଉଦ୍ୟମ ନିଆଯାଇଥିଲା। ସିଆରସିସି“ଙ୍କ ଗୁରୁତ୍ୱ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୂଳଧାରାରେ ଆଣିବା ଆମର ପ୍ରଥମ କର୍ତ୍ତବ୍ୟ” ।ଅଭିଭାବକମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ସ୍କୁଲ୍ ସହ ନିଜର ସମ୍ପର୍କ ଆଉ ମଜବୁତ କରିବାର ଆଶା ବ୍ୟକ୍ତ କରିଥିଲେ।

