ନବରଙ୍ଗପୁର -23:3:26-(ଉତ୍କଳ ସମାଚାର)ପାପଡ଼ା ହାଣ୍ଡି ବ୍ଲକ ଆଶ୍ରମ ବିଦ୍ୟାଳୟ ଗାଦବାକତରା ରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସାଂସ୍କୃତିକ ତଥା ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ମାନିତ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର, ସାଂସଦ ପ୍ରତିନିଧି ସୋମନାଥ ମାଝୀ,ସୁଶ୍ରୀ ଲିପିକା ମାଝୀ, ସିଆରସିସି ବାବୁଲାଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ସମସ୍ତଙ୍କ ପ୍ରିୟ ଦିଦି ଲିପିକା ମାଝୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ସାର ,ବ୍ଲକ ମଙ୍ଗଳ ଅଧିକାରୀ ଦେବବ୍ରତ ପରିଡ଼ା, ସିଆରସିସି ବାବୁଲାଲ ସାଗର , ପ୍ରଧାନ ଶିକ୍ଷକ ଭୁବନ ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ। ସମ୍ମାନୀୟ ଅତିଥି ସାଂସଦଙ୍କ ପ୍ରତିନିଧି ସୋମନାଥ ମାଝୀ ପାଠ ପଢ଼ି ଭଲ ମଣିଷ ହେବା ସ୍ବପ୍ନ ଦେଖାଇ ଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଶିକ୍ଷକ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ। ସିଆରସିସି ବାବୁଲାଲ ବିଦ୍ୟାଳୟର ସାମଗ୍ରିକ ବିକାଶ ଓ ପିଲାମାନଙ୍କର ପ୍ରତିଭାକୁ ଲୋକାର୍ପଣ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସଦୃଶ ହୋଇଛି। ପିଲାଙ୍କ ମନ ବଳ ଉଚ୍ଚ ହେଲେ ଦେଶର ବଡ ପଦବୀରେ ଅଧିରୁଡ଼ ହେବାର ସ୍ବପ୍ନ ସମ୍ଭାବନା କୁ ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଏବଂ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ବିଦ୍ୟାଳୟ ପକ୍ଷରୁ ଅସିତ ନାୟକ,ଧନେଶ ନାୟକ,ପିଙ୍କି ସାହୁ, ଚିତ୍ରସେନ ରାଉତ ସମସ୍ତଙ୍କ କାର୍ଯ୍ୟ ସୁପରିଚାଳନା ପାଇଁ ସହଯୋଗ କରିଥିଲେ।ସମସ୍ତ ଅତିଥି ଓ ଅଭିଭାବକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସମାପ୍ତ ଘୋଷଣା କରାଯାଇଥିଲା ।

