ନବରଙ୍ଗପୁର -23:3:26-(ଉତ୍କଳ ସମାଚାର)ଆଜି ସ୍ଥାନୀୟ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଦୁଇ ଦିନ ଧରି ଚାଲିଥିବା ନବରଙ୍ଗପୁର ଜିଲ୍ଲାର ସରକାରୀ ଓକିଲ ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି ହୋଇଯାଇଛି l ପ୍ରାରମ୍ଭିକ ପର୍ଯ୍ୟାୟ ରେ ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ରେ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ l ଏହି ପ୍ରଶିକ୍ଷଣ ଶିବିରରେ ଅତିଥି ଭାବରେ ଓଡିଶା ଅଭିଯୋଜନ ବିଭାଗ ର ଉପନିର୍ଦ୍ଧେସିକା ଶ୍ରୀମତୀ ଶୈଳଜା ପଟ୍ଟନାୟକ, ଗଜପତି ଜିଲ୍ଲାର ଉପନିର୍ଦ୍ଧେଶକ ଅଜିତ କୁମାର ପଟ୍ଟନାୟକ, ନିଦର୍ଶିନୀ ରଥ,ସହ-ନିର୍ଦ୍ଧେଶକ ରୁପେଶ ପ୍ରଧାନୀ, ପବ୍ଲିକ ପ୍ରସିକ୍ୟୁଟର ମନୋଜ ଏକ୍କା, ସୁନନ୍ଦା ପ୍ରଧାନ,ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ପାତ୍ର,ଫରେନସିକ ବିଶେଷଜ୍ଞ ତ୍ରିଭୁଜ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହି ନବ ନିଯୁକ୍ତ ସରକାରୀ ଓକିଲ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏଥିରେ ଆଇନ ସମ୍ବନ୍ଧୀୟ ସମସ୍ତ ବିଷୟ କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ଆଇନ ଅନୁସାରେ ଦୋଷୀ ମାନଙ୍କୁ କିଭଳି ଭାବରେ ଅଧିକ ରୁ ଅଧିକ ଦଣ୍ଡ ବିଧାନ କରାଯାଇପାରିବ ସେଥିନେଇ ଆଲୋଚନା କରାଯାଇଥିଲା l ଏଥିରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା,ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ସହ ସମସ୍ତ ଆଇନ କୁ ତର୍ଜମା କରାଯାଇ ଦୋଷୀ କୁ କିଭଳି ଭାବରେ କଠୋର ଦଣ୍ଡ ବିଧାନ କରାଯିବା ସହ ସମସ୍ତ ସାକ୍ଷ୍ୟ ପ୍ରମାଣ ପାଇଁ ଆବଶ୍ୟକୀୟ ପ୍ରମାଣ କୁ ଆଧାର କରି ମାମଲା କୁ ପରିଚାଳନା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ମହାରଣା,ଅଶୋକ କୁମାର ପାଢ଼ୀ,ସରୋଜ କୁମାର ବେହେରା,ସିମାଞ୍ଚଳ ପାଢ଼ୀ, ଶ୍ରୀକାନ୍ତ କୁମାର ପଣ୍ଡା,ସଞ୍ଜୀବ କୁମାର ଭକ୍ତ,ତପନ କୁମାର ସିଂ, ରାମଚନ୍ଦ୍ର ନାୟକ,ପୂର୍ଣ୍ଣଚନ୍ଦ୍ର ଗଣ୍ଡ,ଶ୍ରୀନିବାସ ପାତ୍ର,ବିଧୁ ଶେଖର ତ୍ରିପାଠୀ,ଶତାବ୍ଦୀ ପାଳ,ସ୍ଵାଗତିକା ସାମନ୍ତରାୟ,ଅରୁଣ ପ୍ରସନ୍ନ ନାୟକ,ଏକାମ୍ର ବିଷୋୟୀ,ସୁଧୀର କୁମାର ବେହେରା,ସୁବାଷ ପଟ୍ଟନାୟକ, ସିମାଞ୍ଚଳ ମଲ୍ଲିକ,ଦିବାନ ସିଂ,ଗୋପୀନାଥ ସାହୁ,ଶିବ ଶଙ୍କର ପତି,ଦିବ୍ୟ ରଞ୍ଜନ ପାତ୍ର,କ୍ରିଷ୍ଣା ରାୟ,ହୀରାଧର ମାଳୀ, ପ୍ରଦୀପ ପଟ୍ଟନାୟକ,କିଶୋରୀ ପଟ୍ଟନାୟକ ଓ ସାଇରାମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ l ସଭା ଶେଷରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ଦ୍ୱାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା କରାଯିବା ସହ କାର୍ଯ୍ୟକ୍ରମ ର ଉଦଯାପନୀ ହୋଇଥିଲା l

