ନବରଙ୍ଗପୁର:23//3 ,(ଉତ୍କଳ ସମାଚାର) ଜିଲ୍ଲା ଡାଚୁଗାଁ ବ୍ଲକର ସରାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାମନ୍ତ୍ରୀ ଅଭିଭାବକ ଓ ଅତିଥିଙ୍କୁ ପ୍ରବେଶ ଉତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟ ଶିକ୍ଷା ବିଭାଗ ର଼ ଉନ୍ନତି ପାଇଁ ଗ୍ରାଉଣ୍ଡ ଜିରୋରେ ଶିକ୍ଷା ମନ୍ତ୍ରୀଙ୍କୁ ଦେଖି ଅତିଥି ଓ ଅଭିଭାବକ ଖୁସି ପ୍ରକୋଟ କରିଥିଲେ।ଜିଲ୍ଲା ଓ ବ୍ଲକ ଶିକ୍ଷା ପ୍ରଶାସନଙ୍କ ସକ୍ରିୟ ସହଭାଗୀତା, ଅଭିଭାବକଙ୍କୁ ଆମନ୍ତ୍ରଣ ଚର୍ଚ୍ଚା ସାଉଁଟୁଛି।ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରକାଶ ମହାଲିକ, ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ ସାହୁଙ୍କ ନେତୃତ୍ୱରେ ସମସ୍ତ ସିଆରସିସି ମଧ୍ୟରୁ ହେମନ୍ତା ପଣ୍ଡାଙ୍କ ସହଯୋଗରେ ସରାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଅଭିଭାବକ ଓ ଅତିଥିମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଏହା ମାଧ୍ୟମରେ ଶିକ୍ଷାରେ ନୂତନ ପ୍ରବେଶକାରୀ ଶିଶୁମାନଙ୍କୁ ବିଦ୍ୟାଳୟ ମୁଖୀ କରିବାରେ ଏକ ସୁନ୍ଦର ପ୍ରୟାସ ହୋଇଛି। ଶିକ୍ଷା କ୍ଷେତ୍ରରେ ଗୌରବମୟ ସ୍ଥାନରେ ପହଞ୍ଚାଇବାସମସ୍ତଙ୍କ ସମିଳିତ ପ୍ରୟାସ ଓ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ଆକର୍ଷଣୀୟ ଓ ସଫଳ ହୋଇଥିବା ଦେଖାଗଲା।

