ରାଉରକେଲା ୨୬/୩,(ଉତ୍କଳ ସମାଚାର) ରାଜ୍ୟର ନିର୍ଦ୍ଦେଶ ଅନୁଯାୟୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନରେ ରାଉରକେଲା ସାଙ୍ଗଠନିକ ଜିଲ୍ଲାର ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିର୍ମଳ ମୁଣ୍ଡା ମଣ୍ଡଳର ପ୍ରଶିକ୍ଷଣ ଶିବିର ମଣ୍ଡଳ ସଭାନେତ୍ରୀ ରଞ୍ଜିତା କିସପୋଟ୍ଟାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସେକ୍ଟର-୧୯ କମ୍ୟୁନିଟ ସେଣ୍ଟର ଠାରେ ଚଳିତମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣରେ ବିଭିନ୍ନ ବିଷୟ ଯଥା ବୈଚାରିକ ପୃଷ୍ଠଭୂମୀ, ବିଜେପିର ଇତିହାସ ଓ ବିକାଶ, କାର୍ଯ୍ୟ ବିସ୍ତାର ପାଇଁ ଆମର ଦୃଷ୍ଟକୋଣ, ସୋସିଆଲ ମିଡିଆ, ବୁଥ ପରିଚାଳନା ଆଦି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ଟୋଲୀର ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା , ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁ, ଜିଲ୍ଲା ସମ୍ପାଦକ ପ୍ରଣତାପ୍ ଦାସ ଓ ଯୁବ ନେତା ଅଙ୍କୁଶ ବର୍ମା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ କାର୍ଯ୍ୟକର୍ତ୍ତା ସଂଗ୍ରାମ ପ୍ରଧାନ, ନିରଞ୍ଜନ ପଟେଲ, ମଂଜତ ସିଂ, ସୂର୍ଯ୍ୟକାନ୍ତ ପ୍ରଧାନ, ଜ୍ଞାନରଞ୍ଜନ ସାହୁ, ମଞ୍ଜିତା ଟପୋ, ସନ୍ତୋଷ ତନ୍ତୀ, ଶିଲା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ମଣ୍ଡଳ ଟୋଲି ଓ ଆପେଖିତ ନେତୃବୃନ୍ଦ ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

