ରାଉରକେଲା, ୩୦/୩:(ଉତ୍କଳ ସମାଚାର) ସ୍ଥାନୀୟ ଜଗଦା ସ୍ଥିତ ଡା.ଏସ.ଏସ.ଦାସ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ରା ବ୍ଲକ ଅନ୍ତର୍ଗତ ଭାଲୁଲତା ସରକାରୀ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଏକ ନିଃଶୁଳ୍କ ସ୍ଵାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଭିଲ ଟାଉନ ସ୍ଥିତ କେ.ଟି.ଏଚ ହସ୍ପିଟାଲ, ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ, ଝିରପାଣି ସ୍ଥିତ ପୂର୍ଣ୍ଣିମା ନର୍ସିଂ ହୋମ, ଜଗଦା ସ୍ଥିତ ଡାମିଟ୍ସ ଓ ରାଉରକେଲା ଲାୟନ୍ସ କ୍ଲବ (ସିଟି) ର ମିଳିତ ସହଯୋଗରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ପରାମର୍ଶ ଶିବିରକୁ ଭାଲୁଲତା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଚା ମିଞ୍ଜ ଓ କେଟିଏଚର ନିର୍ଦ୍ଦେଶକ ଡାକ୍ତର ଉତ୍ତମ ଚରଣ ଜେନା ଅନ୍ୟ ଡାକ୍ତର ଓ ଆୟୋଜକ ମାନଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ। ଏହି ଶିବିରରେ ରୋଗୀମାନଙ୍କ ରକ୍ତ ଚାପ, ରକ୍ତରେ ଗ୍ଲୁକୋଜ୍ ପରିମାଣ, ହିମୋଗ୍ଲୋବିନ୍ ତଥା ଶରୀରରେ ଅମ୍ଲଜାନ ପରିମାଣ ଆଡି ଅଭିଜ୍ଞ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା ଏଵଂ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଔଷଧ ପ୍ରଦାନ କରାଯାଇଥିଲା। କେଟିଏଚର ନିର୍ଦ୍ଦେଶକ ତଥା ସହରର ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଉତ୍ତମ ଚରଣ ଜେନା, ମେଡିସିନ ବିଶେଷଜ୍ଞ ଡ଼ାକ୍ତର ପ୍ରଫୁଲ୍ଲ କୁମାର ଦାସ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବ କଲ୍ୟାଣ ସାହୁ, ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଆଦ୍ୟାଶା ସେନାପତି, ସ୍ତ୍ରୀ ରୋଗ ବିଶଷଜ୍ଞ ଡ଼ାକ୍ତର ପ୍ରୀତିଦୀପା ଜେନା, ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ସୌରଭ କୁମାର ବେହେରା, ମେଡିସିନ ବିଶେଷଜ୍ଞ ଡାକ୍ତର ପ୍ରଯୁକ୍ତି ବିଶ୍ୱାଳ, ଡାକ୍ତର ଅନିଶା ପ୍ରିୟଦର୍ଶିନୀ, ଡ଼ାକ୍ତର ଶିବରାମ ଦାସ, ପୂର୍ଣ୍ଣିମା ନର୍ସିଂ ହୋମର ଡ଼ାକ୍ତର ଗୌରୀଶଙ୍କର ପାତ୍ର ରୋଗୀମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ପରାମର୍ଶମାନ ପ୍ରଦାନ କରିଥିଲେ। ହାଇଟେକ୍ ମେଡିକାଲ ପକ୍ଷରୁ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ପ୍ରଦାନ କରାଯାଇଥିଲା । ଜଗଦା ସ୍ଥିତ ଡାମିଟ୍ସର ନର୍ସିଂ ଛାତ୍ରୀ ଓ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ନର୍ସିଂ ଛାତ୍ରୀ ମାନେ ରୋଗୀମାନଙ୍କ ରକ୍ତ ଚାପ, ହିମୋଗ୍ଲୋବିନ୍ ଓ ଶରୀରରେ ଥିବା ଅମ୍ଳଜାନ ପରିମାଣ ଅଦି ପରୀକ୍ଷା କରିଥିଲେ। ଏହି ଶିବିରରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦମାନଙ୍କୁ ଯୋଗଦେଇ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ଏଭଳି ଶିବିରର ଆୟୋଜନ ନିମନ୍ତେ ବେଶ୍ ଖୁସୀ ପ୍ରକଟ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଅନୁଷ୍ଠାନ ପକ୍ଷରୁ ଗତ କେତେ ବର୍ଷ ଧରି ବିଭିନ୍ନ ସ୍ଥାନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ମାନ କରାଯାଇ ଆସୁଅଛି। ଡାକ୍ତର ଏସ ଏସ ଦାସ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସଭାପତି ମନୋରଞ୍ଜନ ଦାଶ, ଜଗଦା ସାଂସ୍କୃତିକ ପରିଷଦର ଉପଦେଷ୍ଟା ସଞ୍ଜୀବ କୁମାର ମହାନ୍ତି, ସଭାପତି ପିତାମ୍ବର ଲେଙ୍କା, ସଂପାଦକ ପ୍ରଭାତ କୁମାର ମହାନ୍ତି ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ପରିଡ଼ା, ମଧୁସୁଦନ ମହାପାତ୍ର, ହୃଷୀକେଶ ନାୟକ, ପରଭେଜ୍ ଅରୋରା, କାଶୀନାଥ ପଣ୍ଡା, ଲକ୍ଷ୍ମୀଧର ନାୟକ, ଧର୍ମାନନ୍ଦ ପୃଷ୍ଟି , କ୍ରୀଷ୍ଣା ସିଂ, ସୁବୋଧ ଚନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର ଦାସ, ବସନ୍ତ କୁମାର ବାରିକ, ଗୋକୁଳି ସାମଲ, ଉତ୍ସବ ମହାରଣା, ଦେବାନନ୍ଦ ମହାନ୍ତ, ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲର ଏଜିଏମ୍ ସୁଭାଶିଷ ତ୍ରିପାଠୀ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

