ସମ୍ବଲପୁର,୦୩/୦୪(ଉତ୍କଳ ସମାଚାର),(ସରୋଜ ସାହୁ): ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର୍), ବୁର୍ଲାର ନୂତନ ଭାରପ୍ରାପ୍ତ ଅଧୀକ୍ଷକ ଭାବେ ହୃଦ୍ରୋଗ ବିଭାଗର ପ୍ରଫେସର ସୁନୀଲ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବତନ ଅଧୀକ୍ଷକ ପ୍ରଫେସର ଲାଲମୋହନ ନାଏକ ଭିମସାର୍ର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀ ଖାଲି ପଡ଼ିଥିଲା I ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଫେସର ଶର୍ମାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ଶର୍ମା କହିଛନ୍ତି ଯେ, ବୁର୍ଲା ବଡ଼ ଡାକ୍ତରଖାନାର ଭିତ୍ତିଭୂମିର ବିକାଶ ସହ ରୋଗୀ ସେବାରେ ଅଧିକ ସୁଧାର ଆଣିବା ତାଙ୍କର ପ୍ରାଥମିକତା ରହିବ I

