କେନ୍ଦୁଝର,4//4:(ଉତ୍କଳ ସମାଚାର) କେନ୍ଦୁଝରରେ ଅବସ୍ଥିତ ଓଡିଶା ଟାଟା ଆର୍ଚେରି ହାଇ ପର୍ଫର୍ମାନ୍ସ ସେଣ୍ଟର ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସ ୨୦୨୬ର ପ୍ରଥମ ସଂସ୍କରଣରେ ଚାରୋଟି ପଦକ ହାସଲ କରିଛି। ଏହି ପ୍ରତିଯୋଗିତା ଛତ୍ତିଶଗଡ଼ର ରାଇପୁରରେ ମାର୍ଚ୍ଚ ୨୫ ରୁ ଏପ୍ରିଲ ୦୩, ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଏହି ସେଣ୍ଟର ର ଅର୍ଜୁନ ଖାରା (୨୩) ରିକର୍ଭ ବ୍ୟକ୍ତିଗତ ବିଭାଗରେ ସ୍ବର୍ଣ୍ଣ ପଦକ ଜିତି ଖେଲୋ ଇଣ୍ଡିଆ ଟ୍ରାଇବାଲ ଗେମ୍ସ ଚ୍ୟାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି I ଅର୍ଜୁନ, ରିକର୍ଭ ମିକ୍ସଡ୍ ଟିମ୍ ଓ ରିକର୍ଭ ଟିମ୍ ବିଭାଗରେ ମଧ୍ୟ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି ।ସେହିପରି ହାଇପ୍ରଫାର୍ମାନସ ର ରମାଇ ମୁର୍ମୁ (୧୬) ରିକର୍ଭ ଟିମ୍ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି ।ଏହି ପ୍ରତିଯୋଗିତାରେ ୧୦୬ଟି ସ୍ଵର୍ଣ୍ଣ ପଦକ ମଧ୍ୟରୁ କର୍ଣ୍ଣାଟକ ୨୩ଟି ସ୍ଵର୍ଣ୍ଣ, ୮ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ସହିତ ସମଗ୍ର ଚ୍ୟାମ୍ପିଅନ୍ ହୋଇଛି, ଯେଉଁଠାରେ ଓଡିଶା ୨୧ଟି ସ୍ଵର୍ଣ୍ଣ, ୧୫ଟି ରୌପ୍ୟ ଓ ୨୧ଟି କାଂସ୍ୟ ପଦକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।ପ୍ରାୟ ୩,୮୦୦ ଖେଳାଳି ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ନଅଟି ବିଭାଗରେ ଅଂଶଗ୍ରହଣ କରିଥିଲେ, ଯାହା ଏହି ଖେଳର ପରିମାଣ ଓ ଗୁରୁତ୍ୱକୁ ପ୍ରକାଶ କରେ ।୨୦୧୮ ମସିହାରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଓ ଯୁବ କାର୍ଯ୍ୟ ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ପ୍ରୟାସ ଦେଶବ୍ୟାପୀ ପ୍ରତିଭା ଚିହ୍ନଟ ଓ ପ୍ରଶିକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଓଡିଶା ସରକାର ଓ ଟାଟା ଷ୍ଟିଲ୍ର ଏକ ସଂଯୁକ୍ତ ପ୍ରୟାସ, ଯାହା କେନ୍ଦୁଝରରେ ସ୍ଥାପିତ ହୋଇ ତୀରନ୍ଦାଜୀ ମାନଙ୍କୁ ଆଧୁନିକ ସାମଗ୍ରୀ ଓ ପେଶାଦାର ପ୍ରଶିକ୍ଷଣ ମାଧ୍ୟମରେ ପ୍ରଶିକ୍ଷିତ କରୁଛି
