କେନ୍ଦୁଝର :4//4,(ଉତ୍କଳ ସମାଚାର)ପରିବେଶ ସୁରକ୍ଷା ଓ ପ୍ରଦୂଷଣ ହ୍ରାସ ପାଇଁ ଆଜି ସରକାରୀ ମହିଳା ମହାବିଦ୍ୟାଳୟରେ ‘ ବିନା ଇନ୍ଧନରେ ପରିବହନ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଂଜନ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ମହାବିଦ୍ୟାଳୟକୁ ପାଦରେ ଚାଲି ଚାଲି, ସାଇକେଲରେ, ସାର୍ବଜନୀନ ପରିବହନରେ ଓ ବିଜୁଳି ଚାଳିତ ଯାନରେ ଆସିଥିଲେ । ଏହାଦ୍ୱାରା ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ବ୍ୟବହାର କରିବାରୁ ବିରତ ରହି ସଚେତନତାକୁ ଆହୁରି ଆଗକୁ ନେବାକୁ ଅଧ୍ୟକ୍ଷ ଡ. ସାହୁ ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ ଏବଂ ଆଜି ହିଁ ସଚେତନତା ନ କରି ସପ୍ତାହର ପ୍ରତ୍ୟେକ ଶନିବାରକୁ ଧାର୍ଯ୍ୟ ରଖିବାକୁ ଉତ୍ସାହିତ କରିଥିଲେ ଓ ଏଭଳି ପ୍ରୟାସ ନିୟମିତ ଭାବେ ଅଗ୍ରସର କରିବାକୁ ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମକୁ ଅର୍ଥନୀତି ବିଭାଗର ମୁଖ୍ୟ ଶ୍ରୀମତୀ ଗୀତାଞ୍ଜଳି ନାୟକ ପରିଚାଳନା କରିଥିଲେ ।

