କେନ୍ଦୁଝର :4//4,(ଉତ୍କଳ ସମାଚାର)ସଦର ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିରୀଶପାଳ ଠାରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ୨୦୨୬ ଖୁବ ଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, କେନ୍ଦୁଝର ତଥା ବିଧାୟକ , ତେଲକୋଇ ଡଃ ଫକୀର ମୋହନ ନାଏକ, ସାଂସଦ ପ୍ରତିନିଧି ଦିଲ୍ଲୀପ କୁମାର ପଣ୍ଡା, ଜିଲ୍ଲାପାଳ ବିଶାଲ ସିଂହ , ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ , ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ ,ଶ୍ରୀକାନ୍ତ ବେହେରା ,ରୁଦ୍ରନାରାୟଣ ସାମଲ, ବ୍ଲକ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ପଣ୍ଡା ,ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ଵେଷ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର ,କପିଳ ଚନ୍ଦ୍ର ଦାଶ ,ତରଣୀସେନ ମୁଣ୍ଡା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ଵର ମହାନ୍ତ ,ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଶୈକ୍ଷିକ ସଂଯୋଜକ ମାନସ ରଞ୍ଜନ ଦାଶ , ଭିନ୍ନକ୍ଷମ ସଂଯୋଜକ ପୀତବାସ ସାହୁ ଓ ସଦର ବ୍ଲକ୍ ର ସମସ୍ତ ସି.ଆର.ସି.ସି. ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେବାକୁ ଥିବା ଶିଶୁ ବାଟିକାର କୁନି କୁନି ପିଲାମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯିବା ସହ ଅତିଥି ମାନେ ଶିଶୁ ମାନଙ୍କର ଖଡ଼ିଛୁଆଁ କରାଇଥିଲେ । ବିଦ୍ୟାଳୟର ପରିବେଶରେ ଗୁରୁକୂଳ ପରମ୍ପରାର ବାତାବରଣ ସୃଷ୍ଟି ହୋଇଥିଲା । ମୁଖ୍ୟ ଅତିଥି ଡଃ ଫକୀର ମୋହନ ନାଏକ ନିଜର ବକ୍ତବ୍ୟ ଛଳରେ ଶିଶୁ ମାନଙ୍କ ପ୍ରତି ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହ ଶିଶୁ ମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ମା’ ମାନଙ୍କୁ ଆହ୍ଵାନ ଦେଇଥିଲେ । ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ଵେଷଙ୍କ ଓ ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ଦୂର୍ଗାପ୍ରସନ୍ନ ଲାୟକ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ପରିଶେଷରେ ବ୍ଲକ ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଧାୟକ, ତେଲକୋଇ ଡଃ ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଲ ସିଂହ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପତାକା ହଲାଇ ସଚେତନତା ରଥକୁ ଉଦଘାଟନ କରିଥିଲେ ।ଏହି ସଚେତନତା ରଥଟି ୧୦ତାରିଖ ପର୍ଯ୍ୟନ୍ତ ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରିବାର ଯୋଜନା ରହିଛି ।
